ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜ୍ୟ ସଙ୍ଗୀତ ଗାନ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଉଦଘାଟନୀ ଅବସରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟାରେ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର୍, ଅତିରିକ୍ତ ଉପଜିଲ୍ଲାପାଳ ଡ ଗୌରବମୟ ପ୍ରଧାନଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ସାମୂହିକ ଗାଇଥିଲେ। ବ୍ରହ୍ମପୁର ଉପଖଣ୍ଡର ସମସ୍ତ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମଧ୍ୟ ଏହି ସଙ୍ଗୀତ ଗାନ କରାଯାଇଥିଲା। ଆଜି ପ୍ରତି ଓଡ଼ିଆଙ୍କ ମନରେ ଉତ୍ସାହ ଓ ଆନନ୍ଦ ସହ ଭାଷା ପ୍ରତି ପୁନଃ ସଚେତନତା ଆସିଯାଇଛି l ଏହି ଓଡ଼ିଆ ଭାଷା ସମ୍ମିଳନୀ ବିଶ୍ଵର ସମସ୍ତ ଓଡ଼ିଆଙ୍କ ମଧ୍ୟରେ ଉତ୍ତମ ପ୍ରଭାବ ପକାଇବା ସହ ଯୁବ ପୀଢ଼ିଙ୍କୁ ମାତୃଭାଷା ସହିତ ଯୋଡ଼ିବାକୁ ରାଜ୍ୟ ସରକାର କରିଛନ୍ତି। ସମସ୍ତେ ହର୍ଷୋଲ୍ଲାସର ସହ ଏଥିରେ ସାମିଲ ହୋଇଥିବା ଉପଜିଲ୍ଲାପାଳ କହିଛନ୍ତି।

Comments are closed.