ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ନୋବେଲ ପୁରସ୍କାର

ଷ୍ଟକହୋମ: ପଦାର୍ଥ ବିଜ୍ଞାନରେ ଚଳିତ ବର୍ଷର ସମ୍ମାନଜନକ ନୋବେଲ ପୁରସ୍କାର ତିନି ଜଣ ବୈଜ୍ଞାନିକଙ୍କୁ ପ୍ରଦାନ କରାଯିବ । ଏମାନେ ହେଲେ ସ୍ୟୁକୁରୋ ମାନେବେ, କ୍ଲାଉସ୍ ହାସେଲମ୍ୟାନ୍ ଏବଂ ଜିଓର୍ଜିୟୋ ପେରିସିକ୍ । ଜଳବାୟୁ ଏବଂ ଜଟିଳ ଭୌତିକ ପଦ୍ଧତିର ଆବିଷ୍କାର ପାଇଁ ଏହି ତିନି ବୈଜ୍ଞାନିକଙ୍କୁ ରୟାଲ ସ୍ୱିଡେନ ଏକାଡେମୀ ଅଫ୍ ସାଇନ୍ସ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି | ଏହି ପୁରସ୍କାରର ଉଦ୍ଦେଶ୍ୟ ହେଉଛି ନୂତନ ଉଦ୍ଭାବନକୁ ସମ୍ମାନ ଦେବା | ଗତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଆମେରିକାର ବୈଜ୍ଞାନିକ ଆଣ୍ଡ୍ରେୟା ଗେଜ, ବ୍ରିଟେନର ରୋଜର ପେନ୍ରୋଜ ଏବଂ ଜର୍ମାନୀର ରେନାର୍ଡ ଜେନଜେଲଙ୍କୁ ମିଳିତ ଭାବେ ପ୍ରଦାନ କରାଯାଇଥିଲା। ବ୍ଲାକ୍ ହୋଲ୍ସ ଉପରେ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା |

ଏହାପୂର୍ବରୁ ସୋମବାର ଫିଜିଓଲୋଜି ତଥା ମେଡିସିନରେ ନୋବେଲ ପୁରସ୍କାର ୨୦୨୧ ଘୋଷଣା କରାଯାଇଥିଲା । ଆମେରିକାର ବୈଜ୍ଞାନିକ ଡେଭିଡ୍ ଜୁଲିୟସ୍ ଏବଂ ଆର୍ଡମ୍ ପାଟାପୁଟିଆନଙ୍କୁ ମିଳିତ ଭାବରେ ଏଥର ମେଡିସିନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି। ଶରୀର ତାପମାତ୍ରା ଏବଂ ସ୍ପର୍ଶ ପାଇଁ ରିସେପ୍ଟର ଆବିଷ୍କାର ପାଇଁ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି |

Comments are closed.