ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବୃଦ୍ଧି

ଭୁବନେଶ୍ୱର – ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ବୃଦ୍ଧି ପାଇଛି । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ବଢ଼ିଲା ରାତ୍ରି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ ୩ରୁ ୭ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା କିଛି ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ର‌ହିବ । ଅନେକ ସ୍ଥାନରେ କୁହୁଡି ବି ଦେଖାଯିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Comments are closed.