ପ୍ରଧାନମନ୍ତ୍ରୀ ମୋଦୀ ବିରୋଧୀ ଦଳ ନେତାଙ୍କ ପରି ବ୍ୟବହାର କରୁଛନ୍ତି: ଷ୍ଟାଲିନ

ଚେନ୍ନାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳ ନେତାଙ୍କ ଭଳି ଆଚରଣ କରୁଛନ୍ତି ବୋଲି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋଦି କଂଗ୍ରେସ ଦଳକୁ ଏପରି ଟାର୍ଗେଟ୍ କରୁଛନ୍ତି ସତେ ଯେମିତି କଂଗ୍ରେସ ଶାସକ ଦଳ ଏବଂ ସେ ନିଜେ ବିରୋଧୀ ଦଳ ନେତା ।

ସ୍ପେନ ଗସ୍ତ ଶେଷ କରି ଚେନ୍ନାଇ ଫେରିଥିବା ଷ୍ଟାଲିନଙ୍କୁ ଯେତେବେଳେ ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ମୁଁ ଏହା (ମୋଦୀଙ୍କ ଭାଷଣ) ଦେଖିଛି, ପଢ଼ିଛି ଓ ଉପଭୋଗ କରିଛି। ତାଙ୍କୁ ଭାଷଣ ଶୁଣି ମୁଁ ହସିଛି ମଧ୍ୟ।

ଷ୍ଟାଲିନ କହିଛନ୍ତି, କ୍ଷମତା ସମ୍ଭାଳିବା ପରଠାରୁ ମୋଦୀ ଏମିତି ବ୍ୟବହାର କରୁଛନ୍ତି ଯେମିତି ‘ଭାରତୀୟ ଜନତା ପାର୍ଟି’ ବିରୋଧୀ ଦଳ ଏବଂ କଂଗ୍ରେସ ହେଉଛି ଶାସକ ଦଳ।

ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ଆଗାମୀ ଲୋକସଭା ନିର୍ବାଚନରେ ୪୦୦ ରୁ ଅଧିକ ଆସନ ଜିତିବ ବୋଲି ମୋଦୀଙ୍କ ଦାବି ନେଇ ଏକ ପ୍ରଶ୍ନର ଉତ୍ତରରେ ଷ୍ଟାଲିନ କଟାକ୍ଷ କରି କହିଛନ୍ତି, ଯଦି ଏନଡିଏ ସମସ୍ତ ୫୪୩ ଲୋକସଭା ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ କୁହନ୍ତି ତେବେ ସେ ଆଶ୍ଚର୍ଯ୍ୟ ହେବେ ନାହିଁ?

Comments are closed.