ନିଜ କ୍ୟାରିୟରର ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ ଜିତିଲେ ଓଡ଼ିଶାର ଉଦୀୟମାନ ତାରକା ମନ୍ନତା ମିଶ୍ର

ଭୁବନେଶ୍ୱର – ଓଡ଼ିଶାର ଉଦୀୟମାନ ସନ୍ତରଣ ତାରକା ମନ୍ନତା ମିଶ୍ର ନିଜ କ୍ୟାରିୟରର ପ୍ରଥମ ଆନ୍ତର୍ଜାତିକ ପଦକ ଜିଣିଛନ୍ତି। ନୂଆଦିଲ୍ଲୀରେ ଚାଲିଥିବା ଉଦଘାଟନୀ ବିମଷ୍ଟେକ ଜଳକ୍ରୀଡା ପ୍ରତିଯୋଗିତାରେ ୧୭ ବର୍ଷିୟା ମନ୍ନତା ମିଶ୍ର ସନ୍ତରଣର ୨୦୦ ମିଟର ମହିଳା ବ୍ରେଷ୍ଟଷ୍ଟ୍ରୋକ ଇଭେଣ୍ଟରେ ଦ୍ୱିତୀୟ ସ୍ଥାନରେ ରହି ଭାରତ ପାଇଁ ରୌପ୍ୟ ପଦକ ଜିତିଛନ୍ତି। ଏହା ହେଉଛି ମନ୍ନତାଙ୍କ ପ୍ରଥମ ଆନ୍ତର୍ଜାତିକ ସନ୍ତରଣ ପଦକ ।

ଓଡ଼ିଶା ଆଇଆଇଏସ ସୁଇମିଂ ଉତ୍କର୍ଷ କେନ୍ଦ୍ର ( ଏଚପିସି )ର ପ୍ରଶିକ୍ଷାର୍ଥୀ ମନ୍ନତା ଗତବର୍ଷ ଗୋଆରେ ଅନୁଷ୍ଠିତ ଜାତୀୟ କ୍ରୀଡାର ୪ ଗୁଣା ୪୦୦ ମିଟର ମହିଳା ମେଡଲେ ରିଲେରେ ବ୍ରୋଞ୍ଜ ବିଜୟୀ ଓଡ଼ିଶା ଦଳର ସଦସ୍ୟ ଥିଲେ ।

Comments are closed.