କେନାଲରେ ବୁଡି ଦୁଇ ଶିଶୁଙ୍କ ସଲିଳ ସମାଧି

ପାରାଦୀପ- ଘର ପାଖ କେନାଲ ବନ୍ଧ ନିକଟରେ ଖେଳୁଥିବା ଖସି ପଡି ପାଣିରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଛି । ଜଣେ ପୁଅ ଓ ଜଣେ ଝିଅଙ୍କ ସଲିଳ ସମାଧି ଘଟିଛି । ଉଭୟଙ୍କ ବୟସ ଚାରି ବର୍ଷ ହେବ । ଜଗତସିଂହପୁର ଜିଲ୍ଲା ପାରାଦୀପ ଲକପଡା ବସ୍ତିରେ ଆଜି ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତକମାନେ ହେଲେ ଲକପଡା ବସ୍ତିର ବୁଦ୍ଧଦେବ ଦାସଙ୍କ ଝିଅ ସଙ୍ଗୀତା ଓ ନୃସିଂହ ମିସ୍ତ୍ରୀଙ୍କ ଝିଅ ଜିତେନ୍ଦ୍ର । ବସ୍ତି ନକଟ କେନାଲ ବନ୍ଧ ନିକଟରେ ଦୁଇ ଶିଶୁ ଖେଳୁଥିବା ବେଳେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଅଠରବାଙ୍କି ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା ।

Comments are closed.