ମୃତ ବ୍ୟକ୍ତିଙ୍କୁ ଜୀବନ୍ତ ଦର୍ଶାଇ ବୀମା ଟଙ୍କା ହଡପ ଅଭିଯୋଗରେ ଏଲଆଇସି ଏଜେଣ୍ଟ ଗିରଫ

ପୁରୀ – ଚାରି ମୃତ ବ୍ୟକ୍ତିଙ୍କୁ ଜୀବନ୍ତ ଦର୍ଶାଇ ଜାଲ୍ କାଗଜପତ୍ର ଦେଖାଇ ୧ କୋଟି ୧୮ ଲକ୍ଷ ବୀମା ଟଙ୍କା ହଡପ ଅଭିଯୋଗରେ ଏଲଆଇସି ଏଜେଣ୍ଟ ଗିରଫ । ପୁରୀ କଣାସ ଅଞ୍ଚଳର ଏଲଆଇସି ଏଜେଣ୍ଟ କବିରାଜ ବେହେରାଙ୍କୁ କ୍ରାଇମବ୍ରାଂଚ ଇଓଡବ୍ଲୁ ଗିରଫ କରିଛି । ତାଙ୍କ ପାଖରୁ ଜାଲ୍ କାଗଜପତ୍ର, ବ୍ୟାଙ୍କ ପାସବୁକ୍‌, ଏଟିଏମ କାର୍ଡ ଓ ଚେକବୁକ୍ ଜବତ କରାଯାଇଛି । ଏଲଆଇସି ଖୋର୍ଦ୍ଧା ଶାଖାର ଅଭିଯୋଗ ପରେ କ୍ରାଇମବ୍ରାଂଚ୍ ଇଓଡବ୍ଲୁ ଘଟଣାର ତଦନ୍ତ କରିଥିଲା । ୨୦୦୩ରୁ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବା କବିରାଜ ବେଆଇନ୍ ଭାବେ ୪ ମୃତ ବ୍ୟକ୍ତିଙ୍କ ନାଁରେ ୨୩ଟି ପଲିସି ଖୋଲିଥିବା ତଦନ୍ତ ବେଳେ ଜଣାପଡିଥିଲା ।

Comments are closed.