ମାଟ୍ରିକ ପରୀକ୍ଷା ପୂର୍ବରୁ ସ୍କୁଲ ହଷ୍ଟେଲରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ବଲାଙ୍ଗୀର – ମାଟ୍ରିକ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ବଲାଙ୍ଗିରରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ବଲାଙ୍ଗିର ବିଶ୍ୱ।ତ୍ମା ବିଦ୍ୟାମନ୍ଦିର ହଷ୍ଟେଲ ଭିତରେ ମାଟ୍ରିକ ପରୀକ୍ଷା ଦେବାକୁ ଥିବା ଜଣେ ଛାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ହେଲେ ତାଲିଉଡ଼ ଗାଁର ଲିପୁନ ପ୍ରଧାନ। ହଷ୍ଟେଲ ବାଥରୁମ୍‌ରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଛାତ୍ରଙ୍କ ପରିବାର ସ୍କୁଲ କର୍ତ୍ତୃପକ୍ଷଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ଛାତ୍ର ଜଣକ ପରୀକ୍ଷା ଚାପରେ ଆସି ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏ ନେଇ ପୋଲିସ କିଛି ସ୍ପଷ୍ଟ କରିନି ।

Comments are closed.