ବ୍ରହ୍ମପୁର ଆଇଜରର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର – ଲୋକାର୍ପିତ ହୋଇଛି ଆଇଜରର ସ୍ଥାୟୀ କ୍ୟାମ୍ପସ୍ । ରଙ୍ଗେଇଲୁଣ୍ଡା ବ୍ଲକ ଲଉଡିଗାଁରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜ୍ୟୁକେସନ ଆଣ୍ଡ ରିସର୍ଚ୍ଚ -ଆଇଜରର ସ୍ଥାୟୀ କ୍ୟାମ୍ପସର ଆଭାସୀ ଜରିଆରେ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୬-୧୭ ଶିକ୍ଷାବର୍ଷରୁ ଆଇଜରର ପାଠପଢା ବ୍ରହ୍ମପୁର ଆଇଟିଆଇ କ୍ୟାମ୍ପସରେ ହେଉଥିଲା । ଏବେ ଏହାର ସ୍ଥାୟୀ କ୍ୟାମ୍ପସ ହୋଇଛି । ଏଥିରେ ଏକାଡେମିକ କୋଠା, ଛାତ୍ରାବାସ, କ୍ୟାଣ୍ଟିନ, ଭୋଜନ ଗୃହ, ଗୋଷ୍ଠୀ କେନ୍ଦ୍ର, ଚିକିତ୍ସାଳୟ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଆବାସିକ ପରିସର ସମେତ ଟେନିସ କୋର୍ଟ, ବାସ୍କେଟବଲ୍, କ୍ରିକେଟ ପିଚ୍ ଓ ଷ୍ଟାଡିୟମ ରହିଛି। ଆଇଜର ସ୍ଥାୟୀ କ୍ୟାମ୍ପସ ଓ ଅନ୍ୟ ଭିତ୍ତିଭୂମି ପାଇଁ ରାଜ୍ୟ ସରକାର ଜମି ଯୋଗାଇ ଦେଇଥିଲେ ।

Comments are closed.