ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ଭାବେ ପାଳନ ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ପୋଲିସର ରହିବ କଡା ନଜର
ଭୁବନେଶ୍ୱର- ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଭୁବନେଶ୍ୱର ଓ କଟକ ସହରରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି ହେବାକୁ ଯାଉଛି । ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ରହିବ । ଏହି ସମୟ ମଧ୍ୟରେ ଅମାନିଆଙ୍କ ଉପରେ କଡା ନଜର ରଖାଯିବ । ଅପରାଧୀମାନେ ପୋଲିସ ରାଡାରରେ ରହିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ରାତି ୮ଟାପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଯାଂଚ ଉପରେ ଗୁରୁତ୍ୱ ଦିଆଯିବ । ଦାଦାବଟି ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଦୁ୍ର୍ଗାପୂଜା ବେଳେ ସତର୍କ ରହିବା ସହ କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର ।
![](https://newsroomodisha.com/wp-content/uploads/2021/07/IMG-20210703-WA0000-150x150.jpg)
Comments are closed.