ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କର୍ମଶାଳା 

ସମ୍ବଲପୁର: ସମ୍ବଲପୁର ଜ଼ିଲ୍ଲା ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶନିବାର ଏକ ଡିଜିଟାଲ କର୍ମଶାଳା ଅନୁଷ୍ଠିତ ହୋଇଥିଲା I ସ୍ଥାନୀୟ ପାନ୍ଥ ନିବାସ ସଂମ୍ବିଳନୀ କକ୍ଷରେ ଯୁବ ଜନତା ଦଳ ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର ଙ୍କ ପରିଚାଳନା ଏବଂ ଜ଼ିଲ୍ଲା ଡିଜିଟାଲ ସମ୍ପାଦକ ଚିତ୍ତ ରଞ୍ଜନ ରାଉଳଙ୍କ ସଂଯୋଜନା ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟ ଡିଜିଟାଲ ମୁଖ୍ୟ ସୁବ୍ରତ ଛଟାଇ ଯୋଗଦେଇ ସାମାଜିକ (ଡିଜିଟାଲ) ଗଣମାଧ୍ୟମ ଗୁଡିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ଯୋଜନା ସମେତ ଦଳୀୟ କାର୍ଯ୍ୟକ୍ରମ ଗୁଡିକୁ ଅଧିକରୁ ଅଧିକ ପ୍ରଚାର ପ୍ରସାର କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ I ରାଜ୍ୟ ବିଜୁ ଛାତ୍ର ଜନତା ଦଳ ଡିଜିଟାଲ ବିଭାଗର ସୁଜିତ ପାଲଟା ସିଂ ଯୋଗଦେଇ ଯୁବକ ଛାତ୍ର ମାନେ ସାମାଜିକ ଗଣମାଧ୍ୟମରେ ସକ୍ରିୟ ହେବା ସହିତ ପ୍ରସାର ପ୍ରଚାର କୁ ଜୋରଦାର କରିବାକୁ ଆହ୍ୱାନ କରିଥିଲେ I କର୍ମଶାଳା ରେ ଦଳୀୟ ପର୍ଯ୍ୟବେକ୍ଷକ ଇ. ନଳିନୀ କାନ୍ତ ପ୍ରଧାନ, ରାଜ୍ୟ ଉପ ମୁଖ୍ୟ ସଚେତକ ତଥା ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ବିଜେଡି ଜ଼ିଲ୍ଲା ସଭାପତି ଇଂ. ସିଦ୍ଧାର୍ଥ ଦାସ, ରାଜ୍ୟ ଯୁବ ଜନତା ଦଳ ପୂର୍ବତନ କାର୍ଯ୍ୟକାରୀ ସଭାପତି ସଞ୍ଜିତ ମହାନ୍ତି, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ପରିଷଦ ସଦସ୍ୟ ହୀରାଲାଲ ବେହେରା, ରାଜ୍ୟ ସହ ସମ୍ପାଦକ ମନୋଜ ମହାପାତ୍ର, ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ, ଯୁବ ବିଜେଡି ରାଜ୍ୟ ସାଧାରଣ ସତୀଶ ବିଶି, ଯୁଗ୍ମ ସମ୍ପାଦକ ଧର୍ମରାଜ ମରେଈ, ଯୁବ ଜୋନ ସଭାପତି ଦେବାଶିଷ ପରିଡା, ଛାତ୍ର ଜନତା ଜ଼ିଲ୍ଲା ସଭାପତି ଡ଼. ସିଦ୍ଧାନ୍ତ ମହାନ୍ତି, ଯୁବ ଜନତା ନଗର ସଭାପତି ନିଶାନ୍ତ ବହିଦାର ପ୍ରମୁଖ ସାମିଲ ଥିଲେ I କର୍ମଶାଳା ପ୍ରାରମ୍ଭରେ ଅତିଥି ଗଣ ମା’ ସମଲେଶ୍ୱରୀ ଙ୍କ ତୈଲ୍ୟ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇଥିଲା I ଏହିଅବସରରେ ସାମାଜିକ ଗଣ ମାଧ୍ୟମରେ ନିରନ୍ତର ଦଳୀୟ ପ୍ରଚାର ପ୍ରସାର ପାଇଁ ଯୁବ ଜନତାର ଜ଼ିଲ୍ଲା ସମ୍ପାଦକ ମଞ୍ଜୁ ଓରାମ,ସଞ୍ଜୟ ଓରାମ, ସହଦେଵ ଓରାମ, ସୁଦର୍ଶନ ହରିପାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ଠିକ ସେହିପରି ସାମାଜିକ ଗଣ ମାଧ୍ୟମରେ ନିରନ୍ତର ଦଳୀୟ ପ୍ରଚାର ପ୍ରସାର ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳର ଜ଼ିଲ୍ଲା ଆଇଟି ସଂଯୋଜିକା ଜ୍ୟୋସ୍ନା ପ୍ରଧାନ, ଛାତ୍ର ଜନତା ଜ଼ିଲ୍ଲା ସାଧାରଣ ସମ୍ପାଦକ ଚୁମନ ପ୍ରଧାନ, ବିଶ୍ୱଜିତ, କୁଚିଣ୍ଡା ଜୋନ ଡିଜିଟାଲ ସମ୍ପାଦକ ବିଶ୍ୱଜିତ ପଟେଲ,ଛାତ୍ର ଜନତା ଦଳ ପୂର୍ବତନ ଜ଼ିଲ୍ଲା ସାଧାରଣ ସମ୍ପାଦକ ଅନମୋଲ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I ପରିଶେଷରେ ଛାତ୍ର ଜନତା ଜ଼ିଲ୍ଲା ସମ୍ପାଦକ ସଦାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ I ଏହି କର୍ମଶାଳା ଜ଼ିଲ୍ଲାର ସମ୍ବଲପୁର, କୁଚିଣ୍ଡା, ରେଢ଼ାଖୋଲ ଏବଂ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ଯୁବଛାତ୍ର ଜନତା ଦଳର ଡିଜିଟାଲ ବିଭାଗ ସମସ୍ତ ଜ଼ିଲ୍ଲା ଓ ବ୍ଲକ ସ୍ତରୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ I

Comments are closed.