କଲିକତା ହାଇକୋର୍ଟ ଜଜ୍ ପଦରୁ ଇସ୍ତଫା ପରେ ବିଜେପିରେ ଯୋଗ ଦେବେ ଜଷ୍ଟିସ ଅଭିଜିତ୍ ଗଙ୍ଗୋପାଧ୍ୟାୟ

କୋଲକାତା: କଲିକତା ହାଇକୋର୍ଟ ଜଜ୍ ପଦରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅଭିଜିତ୍ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତିି । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ମାର୍ଚ୍ଚ ୭ରେ ବିଜେପିରେ ସାମିଲ ହୋଇପାରନ୍ତି । ଲୋକସଭା ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି ଏହା ଦଳ ନିଷ୍ପତ୍ତି ନେବ।

କଲିକତା ହାଇକୋର୍ଟ ଜଜ୍ ଭାବେ ଅନେକ ଥର ଶାସକ ତୃଣମୂଳ କଂଗ୍ରେସ ସରକାର ବିରୋଧରେ କଡ଼ା ଟିପ୍ପଣୀ କରି ଜଷ୍ଟିସ ଅଭିଜିତ୍ ଗଙ୍ଗୋପାଧ୍ୟାୟ ଚର୍ଚ୍ଚାରେ ରହିଥିଲେ। ସେ ରବିବାର ଘୋଷଣା କରିଥିଲେ ଯେ ହାଇକୋର୍ଟର ବିଚାରପତି ଭାବେ ସୋମବାର (ମାର୍ଚ୍ଚ ୫) ତାଙ୍କର ଶେଷ ଦିନ ହେବ।

ଜଷ୍ଟିସ ଗାଙ୍ଗୋପାଧ୍ୟାୟ ସାମ୍ବାଦିକଙ୍କ ଏକ ପ୍ରଶ୍ନରେ କହିଥିଲେ ଯେ ସେ କୌଣସି ପରିସ୍ଥିତିରେ ବି ତୃଣମୂଳ କଂଗ୍ରେସରେ ଯୋଗଦେବେ ନାହିଁ। ଏହା ପୂର୍ବରୁ ବିରୋଧୀଦଳ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଦାବି କରିଥିଲେ‌ ଯେ ଜଷ୍ଟିସ ଗାଙ୍ଗୋପାଧ୍ୟାୟ ମାର୍ଚ୍ଚ ୭ରେ ଦଳରେ ଯୋଗଦେବେ ।

Comments are closed.