ବିଜେପିରେ ଯୋଗଦେଲେ ଟିଏମସିର ବରିଷ୍ଠ ନେତା ତାପସ ରାୟ

କୋଲକାତା: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ତାପସ ରାୟ ବୁଧବାର ବିଜେପିରେ ଯୋଗ ଦେଇଛନ୍ତି। ଦୁଇ ଦିନ ତଳେ ସେ ଟିଏମସିରୁ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହୋଇଥିଲା ।

ପଶ୍ଚିମବଙ୍ଗ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଏବଂ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ଉପସ୍ଥିତିରେ ତାପସ ରାୟ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ମାଳ ମାଳ ଦୁର୍ନୀତି ସହ ସନ୍ଦେଶଖାଲି ଭଳି ଘଟଣା ଯୋଗୁଁ ସେ ଟିଏମସିରୁ ଇସ୍ତଫା ଦେଲେ ବୋଲି କହିଛନ୍ତି ରାୟ। ଏହାଛଡ଼ା ସେ ଦଳରେ ଅପମାନିତ ଅନୁଭବ କରିଥିଲେ। ଜାନୁୟାରୀ ୧୨ ପରେ ଇଡି ତାଙ୍କ ଫ୍ଲାଟରେ ଚଢାଉ କରିଥିଲା । ହେଲେ ପାର୍ଟିରୁ କେହି ବି ତାଙ୍କ ସମର୍ଥନରେ ଆଗକୁ ଆସି ନଥିଲେ ବୋଲି ରାୟ କହିଛନ୍ତି ।

ତାପସ ରାୟ ତିନିଥର ବିଧାୟକ ରହିଛନ୍ତି। ସେ ଟିଏମସି ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ଵ ତୁଲାଇଥିଲେ ।

Comments are closed.