ତାତି ବଢୁଛି : ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରୀ କିମ୍ବା ଅଧିକ, ପାରଳାଖେମୁଣ୍ଡି ଉତ୍ତପ୍ତ ସହର

ଭୁବନେଶ୍ୱର -ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ବଢିଲାଣି ତାତି । ପ୍ରବଳ ଗରମ ଅନୁଭୂତ ହେଉଛି । ଆଜି ରାଜ୍ୟରେ ୧୧ଟି ସହରର ଦିନ ତାପମାତ୍ରା ୩୬ ଡିଗ୍ରୀ କିମ୍ବା ତାଠାରୁ ଉପରେ ରହିଛି । ୩୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଝାରସୁଗୁଡ଼ାରେ ୩୬.୮ ଡିଗ୍ରୀ, ତାଳଚେରରେ ୩୬, ଭବାନୀପାଟଣାରେ ୩୬.୨, ବଲାଙ୍ଗୀରରେ ୩୬.୯ ଟିଟିଲାଗଡ଼ରେ ୩୬.୫, ମାଲକାନାଗିରିରେ ୩୬.୭, ସୁବର୍ଣ୍ଣପୁରରେ ୩୬.୨, ନୟାଗଡ଼ ଓ ବୌଦ୍ଧରେ ୩୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

ଭୁବନେଶ୍ବରରେ ୩୪.୭ ଓ କଟକରେ ୩୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.