ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦେଓଗାଁ ବିଆରସି

ଭୁବନେଶ୍ୱର – ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ବ୍ଲକ୍ ରିସୋର୍ସ କୋଅର୍ଡିନେଟର ( ବିଆରସି ) ମଧୁସୂଦନ ପଟେଲଙ୍କୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଧରିଛି । ପାଇଖାନା ( ଇଣ୍ଡିଭିଜୁଆଲ ହାଉସହୋଲ୍ଡ ଲାଟ୍ରିନ) ନିର୍ମାଣ ସଂକ୍ରାନ୍ତ ବିଲ୍ ଦେବା ପାଇଁ ବିଆରସି ଜଣକ ଏକ ଏଚଏସଜିର ଅଧିକୃତ ପ୍ରତିନିଧିଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସମ୍ପର୍କରେ ଅଭିଯୋଗ ହେଲା ପରେ ଭିଜିଲାନ୍ସ ସଂପୃକ୍ତ ବିଆରସିଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ବିଆରସିଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି ଓ ତାଙ୍କର ଦୁଇଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ଏ ନେଇ ସମ୍ବଲପୁର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି।

Comments are closed.