ଖରିଫ ଋତୁରେ ଧାନ କିଣା ଓ ବଳକା ଉଷୁନା ଚାଉଳ କିଣିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଗାମୀ ଖରିଫ ଋତୁରେ ଧାନକିଣା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର ବଳକା ଉଷୁନା ଚାଉଳ ବିକ୍ରି ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଖରିଫ ଋତୁରେ ୫୨ ଲକ୍ଷ ମେଟ୍ରିକ ଟନ୍ ଚାଉଳ ଉତ୍ପାଦନ ହେବ । ଏଥିରୁ ୨୪ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ବଳକା ହେବ । ସାଧାରଣ ବଂଟନ ବିଭାଗ ଉଷୁନା ଚାଉଳ ନ କିଣିବାକୁ ନିଷ୍ପତ୍ତି ନେଇଥିବାରୁ ଓଡିଶାର ୧୦ ଲକ୍ଷ ଚାଷୀ ପ୍ରଭାବିତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଲେଖିଛନ୍ତି । ବଳକା ଚାଉଳ ନେବାକୁ ଖାଦ୍ୟ ବିଭାଗକୁ ନିର୍ଦ୍ଦେଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । କେନ୍ଦ୍ର ଖାଦ୍ୟ ବିଭାଗର ନିୟମ ପାଳନ ପାଇଁ ଅଧିକ ସମୟ ଦେବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.