ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ, ହସ୍ପିଟାଲରେ ଭର୍ତ୍ତି

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟିଏମସି ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ମମତା ବାନାର୍ଜୀଙ୍କ ଆଘାତ ସମ୍ପର୍କରେ ସୂଚନା ଦେଇଛି । ତାଙ୍କୁ ଗଭୀର ଆଘାତ ଲାଗିଛି । ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଲୋକଙ୍କୁ ନିବେଦନ କରିଛି ଦଳ । ଟିଏମସି ମମତା ବାନାର୍ଜୀଙ୍କ କିଛି ଫଟୋ ମଧ୍ୟ ପୋଷ୍ଟ କରିଛି । ଏଥିରେ ତାଙ୍କ କପାଳରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳୁଛି ।

ମମତା ବାନାର୍ଜୀଙ୍କ ମୁଣ୍ଡରେ କିପରି ଆଘାତ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। ଟିଏମସି ମଧ୍ୟ ନିଜ ଟ୍ୱିଟରେ ତାଙ୍କ ଆଘାତର କାରଣ ସମ୍ପର୍କରେ କିଛି କହିନାହିଁ । ତେବେ ଗଣମାଧ୍ୟମ ରିପୋର୍ଟ ମୁତାବକ ମମତା ତାଙ୍କ ବାସଭବନ ପରିସରରେ ବୁଲୁଥିବା ବେଳେ ପଡ଼ି ଯାଇଥିଲେ ।

ମମତାଙ୍କ ଆଘାତ ଖବର ପାଇବା ପରେ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମମତାଙ୍କ ଘରେ ପହଞ୍ଚିଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ମମତା ବାନାର୍ଜୀଙ୍କୁ ସରକାରୀ ଏସଏସକେଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.