ଭାରତୀୟ ଧର୍ମ ଚେତନାରେଏହି ପଞ୍ଚାୟତନକୁ ପାଞ୍ଚଭାଗରେ ବିଭକ୍ତ କରାଯାଇଛି।
ଯଥା :- (୧)ବୈଷ୍ଣବ ପଞ୍ଚାୟତନ, (୨)ଶାକ୍ତ ପଞ୍ଚାୟତନ, (୩)ଶୈବ ପଞ୍ଚାୟତନ, (୪) ସୌର ପଞ୍ଚାୟତନ, (୫)ଗାଣପତ୍ୟ ପଞ୍ଚାୟତନ। ଏହି ପଞ୍ଚାୟତନରେ ପଞ୍ଚାୟତନର ମୁଖ୍ୟ ଦେବତା ମଝିଭାଗରେ ବିରାଜମାନ କରନ୍ତି ଏବଂ ଅନ୍ୟ ଚାରିଜଣ ଦେବତା ତାଙ୍କୁ ଘେରି ଚାରିପାଖରେ ବିରାଜମାନ କରନ୍ତି। ଏହି ପଞ୍ଚାୟତନରେ ପଞ୍ଚଦେବତା ଙ୍କ ବିଗ୍ରହର ଉପାସନା ହୁଏନାହିଁ। ଏହି ପଞ୍ଚାୟତନରେ ପଞ୍ଚଦେବତା ଙ୍କ ସ୍ବୟଂମ୍ଭୁ ପ୍ରାକୃତିକ ଶିଳାର ଉପାସନା ହୁଏ। ଯାହା ସିଧାସଳଖ ପ୍ରକୃତିରୁ ପ୍ରାପ୍ତ ହୋଇଥାଏ।
ଶାସ୍ତ୍ର ଅନୁଯାୟୀ ଏହି ଶିଳାକୁ ସ୍ଥାପନ କରିବାର ଆବଶ୍ୟକତା ନଥାଏ। କାରଣ ଏହି ବିଗ୍ରହରେ ପ୍ରତ୍ୟକ୍ଷ ରୂପେ ଦେବତା ବିରାଜମାନ କରିଥିବାରୁ ଏହା ସ୍ବୟଂ ପ୍ରତିଷ୍ଠିତ ଅଟେ। ସେହି ଶିଳା ଗୁଡିକ :-
୧) ବିଷ୍ଣୁଶିଳା ବା ଶାଳଗ୍ରାମ:- ଏହା ନେପାଳର ଗଣ୍ଡକୀ ଶକ୍ତିପୀଠର ନିକଟରେ ଥିବା ଗଣ୍ଡକୀ ନଦୀରୁ ପ୍ରାପ୍ତ ହୋଇଥାଏ। ଏହା ପ୍ରାକୃତିକ ଉପାୟରେ ନିର୍ମିତ।
୨) ଶିବଶିଳା ବା ବାଣଲିଙ୍ଗ:- ଏହା ଭାରତର ମଧ୍ୟପ୍ରଦେଶର ଓଁକାରେଶ୍ବର ଜ୍ୟୋତିର୍ଲିଙ୍ଗ ନିକଟରେ ଥିବା ନର୍ମଦା ନଦୀର ମହେଶ୍ବରଘାଟ ରୁ ପ୍ରାପ୍ତ ହୋଇଥାଏ। ବସ୍ତୁତଃ ସମସ୍ତ ବାଣଲିଙ୍ଗ ନର୍ମଦେଶ୍ବର କିନ୍ତୁ ସବୁ ନର୍ମଦେଶ୍ବର ବାଣଲିଙ୍ଗ ନୁହଁନ୍ତି।
୩) ଶକ୍ତିଶିଳା ବା ସୁବର୍ଣ୍ଣମୂଖୀ:- ଏହା ଭାରତର ଆନ୍ଧ୍ରପ୍ରଦେଶର ଶ୍ରୀକାଳହସ୍ତୀଶ୍ବର ପୀଠ ନିକଟରେ ଥିବା ସ୍ବର୍ଣ୍ଣାମୂଖୀ ନଦୀରୁ ପ୍ରାପ୍ତ ହୋଇଥାଏ। ଏହା ଦେଖିବାକୁ ସୁନା ପରି ଅଟେ।
୪) ସୂର୍ଯ୍ୟଶିଳା ବା ସ୍ଫଟିକ:- ଏହା ଭାରତର ତାମିଲନାଡୁର ଅଗୌରୀ ଅମ୍ମନ୍ ଦେବୀଙ୍କ ପୀଠ ନିକଟରେ ଥିବା ଭଲ୍ଲମ୍ ନଦୀ ଗର୍ଭରୁ ପ୍ରାପ୍ତ ହୋଇଥାଏ
୫) ଗଣେଶଶିଳା ବା ସୋନଭଦ୍ର:- ଏହା ଭାରତର ଛତିଶଗଡ଼ର ଅମରକଣ୍ଟକ ମନ୍ଦିର ନିକଟରେ ଥିବା ସୋନନଦୀ ରୁ ପ୍ରାପ୍ତ ହୋଇଥାଏ।
ଏହିସବୁ ପବିତ୍ର ଶିଳା ସ୍ୱୟଂଭୁ ହୋଇଥିବାରୁ ଏହାଙ୍କ ର ପ୍ରାଣ ପ୍ରତିଷ୍ଠା ହୋଇ ନଥାଏ ବରଂ ଏମାନେ ସର୍ବାଗ୍ରେ ପୂଜିତ ହେବାପରେ ସମସ୍ତ ପ୍ରତିଷ୍ଠିତ ଦେବଦେବୀ ଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥାଏ। ଭାରତୀୟ ଧର୍ମ ପରମ୍ପରା ରେ ପଞ୍ଚଦେଵ ଉପାସନା ସର୍ବ ପ୍ରାଚୀନ୍ନ ଅଟେ। ତେଣୁ ଏହି ପଞ୍ଚାୟତନ ପୂଜା ପଞ୍ଚଦେଵ ପୂଜନର ଏକ ସାଙ୍କେତିକ ଭାବ କୁ ଗ୍ରହଣ କରିଥାଏ।
Comments are closed.