ବିହାରରେ ଏନଡିଏର ଆସନ ଭାଗବଣ୍ଟା ଚୂଡ଼ାନ୍ତ; ବିଜେପି ୧୭, ଜେଡିୟୁ ୧୬ ଆସନରେ ଲଢ଼ିବ

ପାଟଣା: ଲୋକସଭା ନିର୍ବାଚନ ପାଇଁ ବିହାରରେ ଏନଡିଏର ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ରାଜ୍ୟର ୪୦ଟି ଆସନ ମଧ୍ୟରୁ ବିଜେପି ୧୭ ଓ ଜେଡିୟୁ ୧୬ ଆସନରେ ଲଢ଼ିବେ । ଲୋକ ଜନଶକ୍ତି ପାର୍ଟିକୁ ୫ଟି ଆସନ ଦିଆଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଦଳ ଗୋଟିଏ ଲେଖାଁଏ ଆସନରେ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଛି । ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

Comments are closed.