ଅଧିକାଂଶ ଅଞ୍ଚଳରେ ଦିନ ତାପମାତ୍ରା ବୃଦ୍ଧି, ଚଳିତ ମାସ ଶେଷବେଳକୁ ପାରଦ ୪୦ ଛୁଇଁବା ସମ୍ଭାବନା

ଭୁବନେଶ୍ୱର – ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆସନ୍ତା ୪ ଦିନ ମଧ୍ୟରେ ଅନେକ ଜାଗାରେ ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ସେଲସିସ ଯାଏଁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଚଳିତମାସ ଶେଷଆଡକୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ଯାଏଁ ବୃଦ୍ଧି ହେବା ନେଇ ପୂର୍ବାନୁମାନ କରାଯାଇଛି।

ଗତକାଲି ୫ଟି ସହରରେ ୩୭ ଡିଗ୍ରୀ ଛୁଇଁଥିଲା ଦିନର ସର୍ବୋଚ୍ଚ ତାପମାତ୍ରା । ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ସହ ବଲାଙ୍ଗୀର ଥିଲା ରାଜ୍ୟର ଉତ୍ତପ୍ତ ସହର ।

ଆସନ୍ତାକାଲି ଉତ୍ତର ଓ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ । ୨୬ ତାରିଖଠାରୁ ପୁଣିଥରେ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Comments are closed.