‘ମୋଦୀ-ମୋଦୀ’ ସ୍ଲୋଗାନ ଦେଉଥିବା ଯୁବକଙ୍କୁ ଚାପୁଡ଼ା ମାରିବା ଉଚିତ୍”, କର୍ଣ୍ଣାଟକ ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ

ବେଙ୍ଗାଲୁରୁ: କର୍ଣ୍ଣାଟକ ମନ୍ତ୍ରୀ ଶିବରାଜ ଟାଙ୍ଗଡାଗିଙ୍କ ମନ୍ତବ୍ୟ ନେଇ ବିବାଦ ସୃଷ୍ଟି ହୋଇଛି । ଟାଙ୍ଗଡାଗି କହିଛନ୍ତି, ‘ମୋଦୀ-ମୋଦୀ’ ସ୍ଲୋଗାନ ଦେଉଥିବା ଯୁବକ ଓ ଛାତ୍ରଙ୍କୁ ଚାପୁଡ଼ା ମାରିବା ଉଚିତ୍।”

କର୍ଣ୍ଣାଟକର ଏହି ମନ୍ତ୍ରୀ ମଧ୍ୟ ବେକାରୀ ସମସ୍ୟା ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତିି । ପ୍ରତି ବର୍ଷ ଦୁଇ କୋଟି ଚାକିରି ଯୋଗାଇବା ପ୍ରତିଶ୍ରୁତିକୁ ବିଜେପି ପୂରଣ କରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

କନ୍ନଡ ଓ ସଂସ୍କୃତି ମନ୍ତ୍ରୀ ଟାଙ୍ଗଡାଗି କହିଛନ୍ତିି, ଆଗାମୀ ଲୋକସଭା ନିର୍ବାଚନ ପାଇଁ ନିଜ ଲାଗି ଭୋଟ୍ ମାଗିବା ନେଇ ବିଜେପିକୁ ଲାଜ ଲାଗିବା ଉଚିତ । କାରଣ ଦଳ ବିକାଶ କ୍ଷେତ୍ରରେ ମଧ୍ୟ ଫେଲ୍ ମାରିଛି। ସେମାନେ କୌଣସି ଗୋଟିଏ ବି ବିକାଶ କାର୍ଯ୍ୟ କରିନାହାନ୍ତି । କେଉଁ ମୁହଁରେ ସେମାନେ ଭୋଟ୍ ମାଗୁଛନ୍ତି ? ସେମାନେ ଦୁଇ କୋଟି ଚାକିରି ଦେବା ପ୍ରତିଶ୍ରୁତି ଦେଇଥିଲେ। ସେମାନେ କାହାକୁ ଚାକିରି ଦେଇଛନ୍ତି କି? ଯେତେବେଳେ ଆପଣ ଚାକିରି କଥା ପଚାରିବେ, ସେମାନେ କୁହନ୍ତି – ପକୋଡ଼ା ବିକ | ସେମାନଙ୍କୁ ଲଜ୍ଜା ଲାଗିବା କଥା। ”

କୋପାଲ ଜିଲ୍ଲାର କରତାଗି ଠାରେ କଂଗ୍ରେସ କର୍ମୀମାନଙ୍କର ଏକ ବୈଠକକୁ ସମ୍ବୋଧିତ କରି ସେ କହିଛନ୍ତି, ଯଦି କୌଣସି ଛାତ୍ର କିମ୍ବା ଯୁବକ ତଥାପି ‘ମୋଦୀ-ମୋଦୀ’ କୁହନ୍ତି ତେବେ ସେମାନଙ୍କୁ ଚାପୁଡ଼ା ମାରିବା ଉଚିତ।

ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ବିଜେପିର ବରିଷ୍ଠ ନେତା ତଥା ଦଳର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ସିଟି ରବି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି। ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ନିର୍ବାଚନ କମିଶନଙ୍କୁ ଦାବି କରିଛି। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି କହି ବିଜେପି କହିଛି ଯେ ତାଙ୍କୁ ନିର୍ବାଚନ ପ୍ରକ୍ରିୟା ତଥା କଂଗ୍ରେସ ସପକ୍ଷରେ ପ୍ରଚାର କରିବାକୁ ବାରଣ କରାଯାଉ।

Comments are closed.