ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ସିପାହୀଙ୍କୁ ଟାଟୁ ମନା, ୧୫ ଦିନ ମଧ୍ୟରେ ଲିଭାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର – ଦେହରେ ଚିତା କୁଟାଇଥିବା ବା ଟାଟୁ କରିଥିବା ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ପୋଲିସ କର୍ମଚାରୀଙ୍କୁ ଖୁବ୍ ଶୀଘ୍ର ଲିଭାଇବା ପାଇଁ କଡ଼ା ନିର୍ଦ୍ଦେଶ ।

ଦେହରେ ଟାଟୁ ଥିଲେ ତାହା ଶୀଘ୍ର ଲିଭାଇବାକୁ ଡିସିପି(ସିକ୍ୟୁରିଟି) ନିର୍ଦ୍ଦେଶ ଦେଇଛନ୍ତି। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ସିପାହୀମାନଙ୍କୁ ଏ ନେଇ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ୧୫ ଦିନ ମଧ୍ୟରେ ଟାଟୁ ନ ଲିଭାଇଲେ କାର୍ଯ୍ୟାନୁଷ୍ଠାନ ଚେତାବନୀ ବି ଦିଆଯାଇଛି। ତେବେ ଟାଟୁ ଲିଭାଇବା ନିର୍ଦ୍ଦେଶନାମା । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ବ୍ୟତୀତ ଅନ୍ୟ ପୋଲିସ କର୍ମଚାରୀଙ୍କ ପାଇଁ ଲାଗୁ ହେବ ନାହିଁ।

Comments are closed.