ତାତିରୁ ନାହିଁ ନିସ୍ତାର: ୪୫ ଡିଗ୍ରୀ ସହ ତାଳଚେର ଉତ୍ତପ୍ତ ସହର , ୧୫ ସହରରେ ତାପମାତ୍ରା ୪୩ ଉପରେ

ଭୁବନେଶ୍ୱର – ଆଜି ବି ରାଜ୍ୟରେ ଭୀଷଣ ଗ୍ରୀଷ୍ମ ତାତି ଅନୁଭୂତ ହୋଇଛି। ଅପରାହ୍ନରେ କାଳବୈଶାଖୀ ବର୍ଷା କିଛି ସ୍ଥାନରେ ତାପମାତ୍ରା ସାମାନ୍ୟ ହ୍ରାସ କରିଛି । ୧୫ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଥିବା ବେଳେ ଆଜି ତାଳଚେର ପାଲଟିଛି ରାଜ୍ୟର ଉତ୍ତପ୍ତ ସହର । ଏଠାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ବୋୖଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୪ ଦଶମିକ ୫ ଡିଗ୍ରୀ ସେଲସିୟସ ଥିବା ବେଳେ ନୂଆପଡ଼ାରେ ୪୪.୪ ରହିଛି। ଅନୁଗୁଳ ଓ ଝାରସୁଗୁଡ଼ାରେ ୪୪.୩ ଓ ବଲାଙ୍ଗୀରରେ ୪୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଜି ବାରିପଦାରେ ତାପମାତ୍ରା ଥିଲା ୪୩.୮ ଡିଗ୍ରୀ ସେଲସିୟସ।

ଅପରାହ୍ନରେ କାଳବୈଶାଖୀ ବର୍ଷା ପବନ ଯୋଗୁଁ ଉତ୍ତର ଉପକୂଳର ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱରରେ ଆଜି ସର୍ବାଧିକ ଦିନ ତାପମାତ୍ରା ୪୧.୩ ରହିଛି। କଟକରେ ତାପମାତ୍ରା ୪୧.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

Comments are closed.