ଭୁବନେଶ୍ବର – ବିଜେପିରୁ ଇସ୍ତଫା ଦେଇ ବିଜେଡିକୁ ଫେରିଛନ୍ତି ଧାମନଗରର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ । ରାଜେନ୍ଦ୍ର ଦାସ ବିଜେଡିରେ ସାମିଲ ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଧାମନଗରରେ ଉପନିର୍ବାଚନରେ ରାଜେନ୍ଦ୍ର ଦାସ ପ୍ରଥମେ ସ୍ୱାଧୀନ ଭାବେ ଲଢ଼ିଥିଲେ । କିନ୍ତୁ ପରେ ବିଜେପିରେ ମିଶିଥିଲେ । ଏଥର ସୋର ଆସନରୁ ରାଜେନ୍ଦ୍ରଙ୍କୁ ବିଜେପି ବିଧାନସଭା ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ବି ଶେଷ ମୁହୂର୍ତ୍ତରେ ପର୍ଶୁରାମ ଧଡାଙ୍କୁ ଟିକେଟ ଦେଇଥିଲା । ବିଜେପିରେ ଅବହେଳିତ ହେବା ପରେ ପୁଣି ବିଜେଡିକୁ ଫେରିଛନ୍ତି ରାଜେନ୍ଦ୍ର। ଚାନ୍ଦବାଲି, ବାସୁଦେବପୁର ଓ ଧାମନଗର ଆସନ ବିଜେଡି ଜିତିବ ବୋଲି ସେ କହିଛନ୍ତି ।
Comments are closed.