ସମ୍ବଲପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ସମାବେଶ ପରେ ରୋଡ ସୋ ରେ ଶଂଖମୟ ପରିବେଶ

ସମ୍ୱଲପୁର: ସମ୍ବଲପୁରରେ ବିଜେଡିର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ମାରାଥନ ପ୍ରଚାର। କୁଚିଣ୍ଡା ନିର୍ବାଚନ ମଣ୍ଡଳୀର କେଶେଇବାହାଲ ଓ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପରମାଣପୁରରେ ଦୁଇଟି ସମାବେଶରେ ଉଦବୋଧନ ଦେଇ ଜିଲ୍ଲାରେ ହୋଇଥିବା ବିକାଶର ତାଲିକା ଦେଇଛନ୍ତି। ଏହାଛଡା ବିରୋଧୀଙ୍କୁ ଶାଣିତ ଆକ୍ରମଣ କରିବା ସହ ପୁଣି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛନ୍ତି। ଆଉ ଶେଷରେ ସମ୍ବଲପୁର ସହରରେ ମେଗା ରୋଡ ସୋ କରି ସାରା ସହରକୁ ଶଂଖମୟ କରି ଦେଇଛନ୍ତି।

ଜୟ ମା ସମଲେଶ୍ୱରୀ, ଜୟ ଜଗନ୍ନାଥ । ସମ୍ବଲପୁରର ଭାଇ ଓ ଭଉଣୀମାନେ । ଆପଣ୍ ମାନେ କେନ୍ତା ଅଛନ୍ । କାର୍ତ୍ତିକ ପାଣ୍ଡିଆନଙ୍କ ମୁହଁରୁ ଏତିକି ଶୁଣିବା ପରେ ସମ୍ବଲପୁରର ରାଜରାସ୍ତାରେ ଉପସ୍ଥିତ ଥିବା ଜନସମୁଦ୍ରରେ ଖୁସିର ଲହରୀ ଖେଳିଯାଉଥିଲା । ବିଜେଡିର ଷ୍ଟାର ପ୍ରଚାରକ ତଥା ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ପଚାରୁଥିଲେ ଆପଣମାନେ ମୁଖ୍ୟମନ୍ତ୍ରୀଙ୍କୁ ଭଲପାଆନ୍ତି କି ? ମୁଖ୍ୟମନ୍ତ୍ରୀଙ୍କ କାମ ଭଲଲାଗେ କି? ଉଚ୍ଛ୍ୱସିତ ଭାବରେ ଏକା ସ୍ୱରରେ ଉତ୍ତର ଆସୁଥିଲା ହଁ … ।
ରବିବାର ଦିନ ସମ୍ବଲପୁରର ବିଭିନ୍ନ ସ୍ଥାନକୁ ବୁଲିବୁଲି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ପରେ ସନ୍ଧ୍ୟାରେ ସମ୍ବଲପୁର ସହରରେ ମେଗା ରୋଡ ସୋ କରିଥିଲେ ଶ୍ରୀ ପାଣ୍ଡିଆନ । ଜେଲ ଛକଠାରୁ ରୋଡ ସୋ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପାଣ୍ଡିଆନ । କାର୍ତ୍ତିକ ପାଣ୍ଡିଆନ ଆସୁଥିବା ଜାଣି ସମ୍ବଲପୁରର ରାଜରାସ୍ତା ଜନସମୁଦ୍ର ପାଲଟିଥିଲା । ସମ୍ବଲପୁର ସହର ଶଙ୍ଖମୟ ହୋଇଥିଲା । ସହରର ଗଳିକନ୍ଦିରେ ଶଙ୍ଖ ପତାକା ଛାଇଯାଇଥିଲା । ହଜାର ହଜାର ସଂଖ୍ୟାରେ ପୁରୁଷ, ମହିଳା, ଯୁବକ, ଯୁବତୀ, ଶିଶୁ, ବୃଦ୍ଧମାନେ ଉପସ୍ଥିତ ରହି ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ଘର ସମ୍ମୁଖରେ ରଙ୍ଗୋଲି କରି, ଦୀପ ଜଳାଇ, ପୁଷ୍ପମାଲ୍ୟ ଧରି ମା ମାନେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । କାର୍ତ୍ତିକ ପାଣ୍ଡିଆନ, ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାନସଭା ପ୍ରାର୍ଥୀ ରୋହିତ ପୂଜାରୀଙ୍କ ଉପରେ ପୁଷ୍ପବୃଷ୍ଟି କରି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ପାଣ୍ଡିଆନଙ୍କ ସହିତ ସେଲଫି ନେବାକୁ, ହାତ ମିଳାଇବାକୁ ପ୍ରଚାର ଗାଡି ପାଖରେ ଲୋକଙ୍କ ଭିଡଲାଗି ରହିଥିଲା । ମା ଭଉଣୀ ମାନେ ଆସି ପୁଷ୍ପମାଲ୍ୟ ପ୍ରଦାନ କରୁଥିଲେ । ବିଭିନ୍ନ ଛକଠାରେ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିଲା । ସମ୍ବଲପୁର ଜେଲଛକ ଠାରୁ ବାହାରି ମ୍ୟୁନିସିପାଲଟି ଛକ, ସମଲେଶ୍ୱରୀ ମନ୍ଦିର, ବଡବଜାର, ଦଲେଇପଡା, ଫାର୍ମ ରୋଡ, ଚେରୁଆପଡା, ମୋଦୀପଡା, ସାହୁ କଲୋନୀ, ଲକ୍ଷ୍ମୀ ଟକିଜ ଛକ ଦେଇ ଜିଲ୍ଲା ସ୍କୁଲ ଛକଠାରେ ରୋଡ ସୋ କାର୍ଯ୍ୟକ୍ରମ ସରିଥିଲା । ସମ୍ବଲପୁରୀ ବାଜାର ତାଳେ ତାଳେ ପ୍ରଚାର ଗାଡି ଆଗକୁ ବଢୁଥିଲା । ବାଣ ଫୁଟାଇ, ପୁଷ୍ପବୃଷ୍ଟି କରି ଲୋକେ କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ୱାଗତ କରୁଥିଲେ । ସହର ସାରା ଅଦିନିଆ ଦିପାବଳୀର ଭ୍ରମ ସୃଷ୍ଟି ହୋଇଥିଲା । ଏହି ଅବସରରେ ସେ ସମ୍ବଲପୁରର ଜନତାଙ୍କୁ ସମ୍ବୋଧନ କରିଥିଲେ । ଏଭଳି ଭାବରେ ସ୍ୱାଗତ ସମ୍ବର୍ଦ୍ଧନା କରିଥିବାରୁ ସମ୍ବଲପୁରବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ସମ୍ବଲପୁର ପାଇଁ ଅନେକ କାମ କରିବାର ଅଛି । ଆଗାମୀ ପାଞ୍ଚବର୍ଷରେ ଆମେ ନୂଆ ସମ୍ବଲପୁର ଗଠନ କରିବା । ଆପଣ ମାନଙ୍କର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରାର୍ଥୀ ରୋହିତ ପୂଜାରୀଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ । ସମଲେଇ ମନ୍ଦିରରେ ପାଣ୍ଡିଆନଙ୍କ ପ୍ରଚାର ଗାଡି ପହଞ୍ଚିବା ପରେ ଶହଶହ ସଂଖ୍ୟାରେ ଲୋକେ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରେ ପାଣ୍ଡିଆନ ଯେଉଁ କଥା ଦି ପଦ କହିଥିଲେ ତାହା ସମସ୍ତଙ୍କ ମନକୁ ଛୁଇଁଥିଲା । ସେ କହିଥିଲେ ମା ଙ୍କ ଭବ୍ୟ ମନ୍ଦିର ଦେଖି ଆଜି ଖୁସି ଲାଗୁଛି । ମା ଙ୍କର ଆଶୀର୍ବାଦରୁ ହିଁ ଏ ମନ୍ଦିରର ଋପାନ୍ତରିକରଣ ହୋଇପାରିଛି । ଆମେ ତ ନିମିତ୍ତ ମାତ୍ର । ମଣିଷ ଜନ୍ମ ଆଜି ଅଛି କାଲିକି ନାହିଁ । କେବଳ ମାଁ ଥିବେ ମନ୍ଦିର ଥିବ ଏବଂ ଭକ୍ତମାନଙ୍କୁ ଆଶୀର୍ବାଦ କରିବେ ବୋଲି କହିଥିଲେ । ତାଙ୍କ ମୁହଁରୁ ଏହି କଥା ଶୁଣିବା ପରେ ଜୟ ମା ସମଲେଇ ଜୟନାମ ସାଙ୍ଗକୁ କରତାଳି ଓ ହୁଳହୁଳିରେ ପ୍ରକମ୍ପିତ ହୋଇଉଠିଥିଲା ସ୍ଥାନୀୟ ପରିବେଶ । କାର୍ତ୍ତିକ ପାଣ୍ଡିଆନଙ୍କ ଏହି ମେଗା ରୋଡ ସୋ ସ୍ପଷ୍ଟ ଭାବରେ ବୟାନ କରିଥିଲା ବିଜେଡି ପ୍ରତି ସମ୍ବଲପୁରବାସୀଙ୍କ ଭଲପାଇବା ବଢିଛି । ପ୍ରଣବ ପ୍ରକାଶ ଦାସଙ୍କ ପ୍ରତି ଲୋକଙ୍କ ଆସ୍ଥା ବଢିଛି । ସମ୍ବଲପୁରରେ ପାଣ୍ଡିଆନଙ୍କ ପ୍ରଚାର ବିରୋଧୀଙ୍କ ପାଇଁ ଚିନ୍ତା ବଢାଇଥିବାବେଳେ ବିଜେଡି ପାଇଁ ଶୁଭଙ୍କର ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଲାଣି।

ପୂର୍ବାହ୍ନରେ କେଶେଇବାହାଲ ଓ ରେଙ୍ଗାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ଏଥିରେ ନିର୍ବାଚନ ମଣ୍ଡଳୀରେ ବିଗତ ଦିନରେ ହୋଇଥିବା ବିକାଶ କାମର ହିସାବ ଦେବା ସହିତ ଆଗକୁ ଥିବା ଯୋଜନା ସଂପର୍କିତ ସୂଚନା ଦେଇଛନ୍ତି। ସେପଟେ ଗତ ୫ ବର୍ଷ ଧରି କ୍ଷମତାରେ ଥିବା ବିଜେପିର ବିଧାୟକ ଓ ସାଂସଦଙ୍କ ପ୍ରତାରଣା କଥା ଉଲ୍ଲେଖ କରିଛନ୍ତି। ଏହାଛଡା ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାଙ୍କର ନିଜ ଜିଲ୍ଲା ଢେଙ୍କାନାଳବାସୀ ପ୍ରତ୍ୟାଖ୍ୟାନ କରିବାରୁ ସେ ସମ୍ବଲପୁରକୁ ପ୍ରତାରଣା କରିବାକୁ ଆସିଥିବା କହିଛନ୍ତି।

Comments are closed.