ଭୁବନେଶ୍ୱର ଏକାମ୍ରରେ ମୁଖ୍ୟମନ୍ତ୍ରୀଙ୍କ ମେଗା ରୋଡ୍ ଶୋ’ , ହଜାର ହଜାର ଲୋକ ସାମିଲ

ଭୁବନେଶ୍ୱର – ରାଜଧାନୀର ଏକାମ୍ର ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେଗା ରୋଡ୍ ଶୋ’ । ରୋଡ୍ ଶୋ’ରେ ସାମିଲ ହୋଇଛନ୍ତି ହଜାର ହଜାର ସମର୍ଥକ । ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ନବୀନ ପଟ୍ଟନାୟକ ଜିନ୍ଦାବାଦ, ବିଜେଡି ଜିନ୍ଦାବାଦ ସ୍ଲୋଗାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆପଣମାନେ ଖୁସି ତ ବୋଲି ଲୋକଙ୍କୁ ପଚାରିଥିଲେ। ଆପଣଙ୍କୁ ଆଉ ବିଜୁଳି ବିଲ୍ ଦେବାକୁ ପଡ଼ିବନାହିଁ । ଆପଣମାନେ ଖୁସି ତ ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ। ସପ୍ତାହକ ମଧ୍ୟରେ ଦ୍ୱିତୀୟ ଥର ବିଜେଡି ସୁପ୍ରିମୋ ମେଗା ରୋଡ୍ ଶୋ’ କରିଛନ୍ତି।

Comments are closed.