ଆଜି ଲକ୍ଷ୍ମୀପୁର ହିଂସା ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅକ୍ଟୋବର ୩ରେ ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀରେ ଘଟିଥିବା ହିଂସା ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ଏହି ହିଂସାରେ ୪ ଜଣ କୃଷକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରଧାନ ବିଚାରପତି ଏନ.ଭି ରମନ୍ନା, ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଉକ୍ତ ଖଣ୍ଡପୀଠ ଅକ୍ଟୋବର ୮ ରେ ଆଠ ଜଣଙ୍କ “ନିର୍ମମ” ହତ୍ୟା ଘଟଣାରେ ୟୁପି ସରକାରଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ମାମଲାରେ ଏପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ସମେତ ୧୦ ଜଣଙ୍କୁ ଗିରଫ କରାଯାଇଛି।

ଭାରତର ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଦୁଇଜଣ ଓକିଲ ଏହି ଘଟଣାର ଉଚ୍ଚ ସ୍ତରୀୟ ନ୍ୟାୟିକ ତଦନ୍ତ ଦାବି କରିଛନ୍ତି ଏବଂ ଏଥିରେ ସିବିଆଇକୁ ସାମିଲ କରିବାକୁ ନିବେଦନ କରିଛନ୍ତି। ଏହି ଚିଠି ପରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଥିଲେ।

Comments are closed.