ଖାଇକୁ ଖସିଲା ବସ୍, ୨୧ ମୃତ

ନୂଆଦିଲ୍ଲୀ: ଜମ୍ମୁର ଅଖନୂର ଠାରେ ଗୁରୁବାର ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଗଭୀର ଖାଇକୁ ଖସି ପଡ଼ିବାରୁ ଅତିକମରେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ଏହି ଦୁର୍ଘଟଣାରେ ୨୦ ଲୋକ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି।

ସୂଚନାନୁସାରେ, ଏହି ବସ୍ ଅଖନୂରର ଚୁଙ୍ଗି ମଢ ନିକଟରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ୧୫୦ ଫୁଟ ଗଭୀର ଖାଇକୁ ଖସିପଡ଼ିଥିଲା। ବସ୍‌ରେ ପ୍ରାୟ ୫୦ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ହରିୟାଣାର କୁରୁକ୍ଷେତ୍ରର ବାସିନ୍ଦା । ସେମାନେ ଶିବ ଖୋରୀ ଦର୍ଶନ ପାଇଁ ଯାଉଥିଲେ ବୋଲି କୁହାଯାଇଛି। ବସ୍ ଅଖନୂରର ଚୁଙ୍ଗି ମଢ ଅଞ୍ଚଳର ଟାଙ୍ଗଲି ବୁଲାଣି ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ବସ୍ ଖାଇକୁ ଖସିପଡ଼ିବା ପରେ ସ୍ଥାନୀୟ ଲୋକ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଏବଂ ସ୍ଥାନୀୟ ଲୋକ ଦୁର୍ଘଟଣାଗ୍ରସ୍ତ ବସରୁ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ।

Comments are closed.