ଶେଷ ପର୍ଯ୍ୟାୟ ନିର୍ବାଚନ : ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ୪୬୦ ପ୍ରାର୍ଥୀ, ୯୯ ଲକ୍ଷରୁ ଉର୍ଦ୍ଧ୍ବ ମତଦାତା 

ଭୁବନେଶ୍ୱର – ଏକକାଳୀନ ସାଧାରଣ ନିର୍ବାଚନ – ୨୦୨୪ର ସପ୍ତମ ପର୍ଯ୍ୟାୟରେ ଓଡ଼ିଶାରେ ୬ ଗୋଟି ସଂସଦୀୟ କ୍ଷେତ୍ର ଯଥା – ମୟୂରଭଞ୍ଜ , ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ୧୬ – ଜଗତସିଂହପୁର ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ଜୁନ ୧ ତାରିଖରେ ମତଦାନ ହେବ । ଏହି ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ର ଅଧୀନରେ ମୋଟ ୯୯ , ୬୧ , ୦୫୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୫୦ , ୮୮ , ୦୭୬ ପୁରୁଷ, ୪୮ , ୭୨ , ୨୯୪ ମହିଳା ଓ ୬୮୭ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୫୮ ରହିଛି । ଏମାନଙ୍କ ମଧ୍ୟରେ ୨ , ୫୭ , ୩୪୫ ଜଣ ୧୮ – ୧୯ ବର୍ଷ ବୟସର ପ୍ରଥମ ଥର ମତଦାତା , ୨୦ – ୨୯ ବର୍ଷ ବୟସର ୨୦ , ୫୧ , ୫୦୫ ଜଣ ଯୁବ ମତଦାତା ରହିଛନ୍ତି ।

ଏହି ପର୍ଯ୍ୟାୟରେ ମୋଟ ୧୦ ହଜାର ୮୫୭ଟି ମତଦାନ କେନ୍ଦ୍ର ଓ ୨୫ଟି ଅତିରିକ୍ତ ( ମୋଟ ୧୦ , ୮୮୨ ) ମତଦାନ କେନ୍ଦ୍ର ରହିଛି । ମତଦାନ କେନ୍ଦ୍ର ପିଛା ପ୍ରାୟ ୯୧୫ ଜଣ ମତଦାତା ରହିଛନ୍ତି । ସମସ୍ତ ବୁଥରେ ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ୧୪୦୦ରୁ ଉର୍ଦ୍ଧ୍ବ ମତଦାନ କେନ୍ଦ୍ର ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେବ । ଏହି ପର୍ଯ୍ୟାୟରେ ପ୍ରାୟ ୨୦ ପ୍ରତିଶତ ଆଦର୍ଶ ମତଦାନ କେନ୍ଦ୍ର ( ମଡ଼େଲ୍ ବୁଥ୍ ) ରହିଛି । ପ୍ରାୟ ୭୨ ବଖର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସମସ୍ତ ପୋଲିଂ ଷ୍ଟେସନ୍ ଲୋକେସନ୍‌ରେ ଅନ୍ୟୁନ ଜଣେ ଲେଖାଏଁ ସ୍ଵେଚ୍ଛାସେବୀ ଓ ଆଶାକର୍ମୀ ନିୟୋଜିତ ହୋଇଛନ୍ତି ।

 

୬ଟି ସଂସଦୀୟ କ୍ଷେତ୍ରରେ

ମୋଟ ୬୬ ଜଣ ପ୍ରାର୍ଥୀ ( ପୁରୁଷ – ୫୫ , ମହିଳା – ୧୧ ) ରହିଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୯୪ ଜଣ ( ପୁରୁଷ – ୩୩୬ , ମହିଳା – ୫୮ ) ପ୍ରାର୍ଥୀ ରହିଛନ୍ତି ।

 

ସପ୍ତମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ୧୩୪୬୨ଟି ବାଲାଟ ୟୁନିଟ , ୧୩୪୬୨ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୪୬୦୬ଟି ଭିଭିପାଟ୍ କମିଶନ ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ମୋଟ ୧୪୧୨୨ଟି ବାଲାଟ୍ ୟୁନିଟ୍ , ୧୩୪୪୭ଟି କଣ୍ଟ୍ରୋଲ ୟୁନିଟ୍ ଓ ୧୪୬୩୮ଟି ଭିଭିପାଟ କମିଶନ ହୋଇଛି ।

 

ଏହି ପର୍ଯ୍ୟାୟ ପାଇଁ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ଵାରା ୧୨ ଜଣ ସାଧାରଣ ପର୍ଯ୍ୟବେକ୍ଷକ , ୩ ଜଣ ପୋଲିସ ପର୍ଯ୍ୟବେକ୍ଷକ ଓ ୧୮ ଜଣ ବ୍ୟୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

ସଂପୂର୍ଣ୍ଣ ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏଠାରେ ୧୨୫ କମ୍ପାନୀ ସିଏପିଏଫ ( ସେଣ୍ଟ୍ରାଲ୍ ଆର୍ମଡ଼ ପୋଲିସ ଫୋର୍ସ ) ନିୟୋଜିତ ହେବେ ।

ସିଏପିଏଫମାନଙ୍କୁ କ୍ରିଟିକାଲ୍ ବୁଥରେ ନିୟୋଜିତ କରାଯିବ ।

 

 

ମତଦାନ ଦିନ ସମ୍ଭାବ୍ୟ ଅଂଶୁଘାତ ନିରାକରଣ ବ୍ୟବସ୍ଥା ହୋଇଛି । ପ୍ରତି ପୋଲିଂ ଷ୍ଟେସନ୍‌ରେ ଆଶାକର୍ମୀ ରହିବେ । ସମ୍ଭାବ୍ୟ ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ସେଠାରେ ଆବଶ୍ୟକୀୟ ଔଷଧ , ଓଆର୍‌ଏସ୍ ଆଦି ରହିବ । ପ୍ରତି ସେକ୍ଟର ଅଫିସରଙ୍କ ସହ ଜଣେ ପାରା – ମେଡିକାଲ ଷ୍ଟାଫ୍ ଜରୁରୀ ଔଷଧପତ୍ର ସହିତ ରହିବେ । ମୋବାଇଲ୍ ହେଲଥ୍ ୟୁନିଟ୍ ପାଇଁ ନିୟମିତ ବ୍ୟବଧାନରେ ବୁଥକୁ ସ୍ପର୍ଶ କରିବେ । ପିଏଚସି , ସିଏଚସି ଓ ଡିଏଚଏଚ ଆଦିରେ ଅଂଶୁଘାତ ୱାର୍ଡ ସ୍ଥାପନ କରାଯାଇଛି । ଅଂଶୁଘାତ ସଚେତନତା ବାର୍ତ୍ତା ବହୁଳ ଭାବେ ପ୍ରସାରିତ କରାଯାଇଛି । ଡିପ୍‌ସର୍ସାଲ ଓ ରିସିଭିଂ ସେଣ୍ଟରରେ ଡାକ୍ତର , ସ୍ଵାସ୍ଥ୍ୟକର୍ମୀ ଏବଂ ଆମ୍ବୁଲାନ୍ସ ନିୟୋଜିତ ହେବେ । ପୋଲିଂ କର୍ମଚାରୀ ଓ ସୁରକ୍ଷା କର୍ମଚାରୀମାନଙ୍କ ଡିସ୍‌ପର୍ସାଲ ସେଣ୍ଟରରୁ ବୁଥକୁ ଯାଇ ନିର୍ବାଚନ କାର୍ଯ୍ୟ ଶେଷ କରି ଫେରିବା ପର୍ଯ୍ୟନ୍ତ ଖାଦ୍ୟପେୟ ଓ ପରିବହନ ବ୍ୟବସ୍ଥା ସୁବ୍ୟବସ୍ଥିତ କରାଯାଇଛି । ମତଦାନ ଦିବସ ପାଇଁ ବ୍ୟବସ୍ଥା ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀମାନେ ରହିବେ । ସେମାନଙ୍କ ପାଇଁ ଲାଇନ୍ ପାଖରେ ବସିବା ବ୍ୟବସ୍ଥା କରାଯାଇଛି । ଭୋଟରମାନଙ୍କ ପାଇଁ ପୋଲିଂ ବୁଥ୍ରେ ପାନୀୟ ଜଳ , ଶୌଚାଳୟ ଓ ଛାଇ ଆଦି ସର୍ବନିମ୍ନ ସୁବିଧା ସୁନିଶ୍ଚିତ କରାଯାଇଛି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥକୁ ଓ ବୁଥରୁ ଆଣି ଘରେ ଛାଡ଼ିବା ପାଇଁ ନିଃଶୁଳ୍କ ଯାନର ବ୍ୟବସ୍ଥା କରାଯାଇଛି । ମତଦାନ ହେବାକୁ ଥ‌ିବା ସଂସଦୀୟ କ୍ଷେତ୍ରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି ।

 

ନିଜ ବୁଥ୍ ଜାଣିବେ କେମିତି ?ଭୋଟର ଇନ୍‌ଫର୍ମେସନ୍‌ ସ୍ଲିପ୍ ( VIS ) ବଣ୍ଟନ : ବୁଥ୍ ଲେବୁଲ୍ ଅଧିକାରୀମାନଙ୍କ ମାଧ୍ୟମରେ ଭୋଟର ଇନ୍‌ଫର୍ମେସନ୍‌ ଗ୍ରୁପ୍ ( VIS ) ଏବଂ ଭୋଟର ଗାଇଡ୍ ବଣ୍ଟା ଯାଇଛି । VIS ରେ ବୁଥର ନାମ ଏବଂ ସ୍ଥାନ ଲେଖାଯାଇ ଅଛି । ଯଦି କୌଣସି ମତଦାତା ଜିଆଇଏସ୍ ପାଇନାହାନ୍ତି , ସେମାନେ ଭୋଟର ହେଲପ୍‌ଲାଲନ୍ ଆଉ ଅଥବା womers.eci.gov.in ପୋର୍ଟାଲରେ ନିଜ ବୁଥର ନାମ ଏବଂ ଠିକଣା ଜାଣିପାରିବେ । ଏତଦ୍‌ବ୍ୟତୀବ ଟୋଲ୍ ଫ୍ରି ନମ୍ବର ୧୯୫୦କୁ ମଧ୍ୟ କଲ୍ କରି ସୂଚନା ପାଇପାରିବେ । ନିଜ ମୋବାଇଲ୍ ଫୋନ୍‌ରେ ECI < SPACE > EPIC No. ଲେଖୁ ୧୯୫୦କୁ ମେସେଜ୍ ପ୍ରେରଣ କଲେ ପ୍ରତ୍ୟୁତ୍ତର ମେସେଜ୍ ଦ୍ଵାରା ନିଜ ମତଦାନ କେନ୍ଦ୍ର ସଂପର୍କିତ ସୂଚନା ମଧ୍ୟ ପ୍ରାପ୍ତ କରାଯାଇପାରିବ । ଏଥିସହ ଭୋଟରମାନେ ଭୋଟର ପୋର୍ଟାଲ https : electoralsearch.eci.gov.in/ କୁ ଯାଇ କିମ୍ବା ନିଜ ମୋବାଇଲ୍‌ରେ ଭୋଟର ହେଲପ୍‌ଲାଇନ୍ ଆପ୍ ଡାଉନ୍‌ଲୋଡ୍ କରି ନିମ୍ନଲିଖୂତ ତିନୋଟି ମଧ୍ୟରୁ ଯେକୌଣସି ଗୋଟିଏ ଉପାୟରେ ନିଜ ପୋଲିଂ ଷ୍ଟେସ ବିବରଣୀ ପାଇପାରିବେ । ୧ . ନିଜର ଇପିଆଇସି ସଂଖ୍ୟା ( EPIC No. ) ବ୍ୟବହାର କରି କିମ୍ବା ୨ . ରାଜ୍ୟ , ନିଜର ନାମ , ପିତା କିମ୍ବା ସ୍ଵାମୀଙ୍କ ନାମ , ଜନ୍ମ ତାରିଖ / ବୟସ ବ୍ୟବହାର କରି କିମ୍ବା ରାଜ୍ୟର ନାମ , ମୋବାଇଲ୍ ନମ୍ବର ଏବଂ ଓଟିପି ବ୍ୟବହାର କରି ନିଜ ପୋଲିଂ ” ଷ୍ଟେସନ୍‌ର ବିବରଣୀ ପାଇପାରିବେ । ୩ . ବିଶେଷ ସୂଚନା : ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ମତଦାତାଙ୍କ ବିଶେଷ ସୂଚନା ନିମନ୍ତେ ଜଣାଇ ଦିଆଯାଇଛି ଯେ ବୁଥ୍ ଭିତରକୁ କୌଣସି ବୈଦ୍ୟୁତିକ ଉପକରଣ ଯଥା – ମୋବାଇଲ୍ ଫୋନ୍ , କ୍ୟାମେରା , ହେଡ୍‌ଫୋନ୍ ଓ ସ୍ମାର୍ଟ ୱାଚ୍ ଆଦି ନେବାର ଅନୁମତି ନାହିଁ । ମତଦାନ ଦିବସ ହେଉଛି କର୍ତ୍ତବ୍ୟର ଦିବସ । ଏଣୁ ଅଧିକରୁ ଅଧିକ ସଂଖ୍ୟାରେ ମତଦାନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

ଗଣତନ୍ତ୍ରରେ କୌଣସି ପ୍ରକାର ହିଂସାର ସ୍ଥାନ ନାହିଁ । ଏଣୁ ଜନସାଧାରଣ ଶାନ୍ତିଶୃଙ୍ଖଳାପୂର୍ବକ ମତଦାନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆହ୍ବାନ ଦେଇଛନ୍ତି ।

Comments are closed.