ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ହାର ୭୦ ଦଶମିକ ୪୭ ପ୍ରତିଶତ 

ଭୁବନେଶ୍ୱର – କାଁ ଭାଁ ଘଟଣାକୁ ଛାଡ଼ିଦେଲେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ରହିଛି। ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟ୍ ଗ୍ରହଣ କରାଯାଇଥିଲା । ନିର୍ବାଚନ କମିଶନଙ୍କ ସୂଚନା ଅନୁସାରେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହାର ୭୦.୪୭ ପ୍ରତିଶତ ରହିଛି। ଚୂଡାନ୍ତ ରିପୋର୍ଟରେ ଆସିଲେ ଏହି ସଂଖ୍ୟାରେ ବୃଦ୍ଧି ହୋଇପାରେ।

ବାଲେଶ୍ବର ସଂସଦୀୟ ‌କ୍ଷେତ୍ରରେ ୭୦.୪୧%, ଭଦ୍ରକରେ ୭୦.୩୪%, ଜଗତସିଂହପୁରରେ ୭୩.୦୬%, ଯାଜପୁର ୬୭.୯୧, କେନ୍ଦ୍ରାପଡ଼ାରେ ୬୮.୬୪% ଓ ମୟୂରଭଞ୍ଜରେ ୭୨.୪୮% ମତଦାନ ହୋଇଛି।

ବିଧାନସଭା ଆସନ କ୍ଷେତ୍ରରେ ସର୍ବାଧିକ ମତଦାନ ବାଙ୍ଗିରିପୋଷୀରେ ୭୭.୫୨ ପ୍ରତିଶତ ହୋଇଥିବାବେଳେ ସର୍ବନିମ୍ନ ଆଳି ଆସନରେ ୬୨.୩୮ ପ୍ରତିଶତ ହୋଇଛି।

Comments are closed.