ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଆହୁରି ୩ ଦିନ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର -ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଆହୁରି ୩ ଦିନ ଜାରି ରହିବ ଗ୍ରୀଷ୍ମପ୍ରବାହ। ଏଥିସହ ଉପକୂଳ ଓଡିଶାରେ ଆହୁରି ୫ ଦିନ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ଭୁବନେଶ୍ୱର ଳଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ଏହି ସୂଚନା ଦେଇଛନ୍ତି। ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, ନୂଆପଡା ଓ ସୋନପୁରରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ବଲାଙ୍ଗୀର ଓ ବରଗଡ଼ରେ ଅରେଞ୍ଜ ୱାର୍ଣ୍ଣିଂ ଓ କଳାହାଣ୍ଡି, ନୂଆପଡ଼ା, ସୋନପୁରରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏଣେ ଆଜି ରାଜ୍ୟର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୟୂରଭଞ୍ଜ , କେନ୍ଦୁଝର , ବାଲେଶ୍ଵର , ଝାରସୁଗୁଡ଼ା , ସୁନ୍ଦରଗଡ଼ , ରାୟଗଡ଼ା , ମାଲକାନଗିରି , ଅନୁଗୁଳ , ଯାଜପୁର , ଭଦ୍ରକ , ଜଗତସିଂହପୁର , କେନ୍ଦ୍ରାପଡ଼ା , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ଗଞ୍ଜାମ , ଗଜପତି ଓ ନୂଆପଡ଼ା ଜିଲ୍ଲାରେ କିଛି ସ୍ଥାନରେ ଆଜି ଘଡଘଡି ସହ ମାଧ୍ୟମ ଧରଣର ବର୍ଷା ହୋଇପାରେ। ଓଡ଼ିଶାକୁ ମୌସୁମୀ ଆସିବା ନେଇ ବର୍ତ୍ତମାନ ସୁଦ୍ଧା କିଛି ଆକଳନ ହୋଇ ନାହିଁ ବୋଲି ସୂଚନା ମିଳିଛି।

Comments are closed.