ତିହାର ଫେରିଲେ କେଜ୍ରିୱାଲ 

ନୂଆଦିଲ୍ଲୀ: ୨୧ ଦିନିଆ ଅନ୍ତରୀଣ ଜାମିନ ଶେଷ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ତିହାର ଜେଲରେ ରବିବାର ଆତ୍ମସମର୍ପଣ କରିଛନ୍ତି।

ଦିଲ୍ଲୀ ସରକାରୀ ମନ୍ତ୍ରୀ ଅତିଶୀ ମାର୍ଲେନା କହିଛନ୍ତି, “ନିର୍ବାଚନ ହେଉଛି ଗଣତନ୍ତ୍ରର ମୂଳଦୂଆ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ୨୧ ଦିନ ଜାମିନ ଦେଇଥିଲେ । କୋର୍ଟ ଏବଂ ସମ୍ବିଧାନକୁ ସମ୍ମାନ ଜଣାଇ କେଜ୍ରିୱାଲ ନିର୍ଦ୍ଧାରିତ ଦିନରେ ଆତ୍ମସମର୍ପଣ କରିଛନ୍ତି। ଏହା ସତ ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନୁହେଁ। ତାଙ୍କ ଓଜନ ୬ କିଲୋ ହ୍ରାସ ପାଇଛି କିନ୍ତୁ ଦଳର କୌଣସି ନେତା ଜେଲ ଯିବାକୁ ଭୟ କରନ୍ତି ନାହିଁ।”

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ ଦଣ୍ଡ ଭୋଗୁଥିବା କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ମେ ୧୦ରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ତାଙ୍କୁ ଜୁନ୍ ୨ରେ ଆତ୍ମସମର୍ପଣ କରିବାକୁ କହିଥିଲେ କୋର୍ଟ।

Comments are closed.