ଅର୍ଦ୍ଧନିର୍ମିତ ପୋଲରୁ ଖସିଲା ବୋଲେରୋ , ୨ ମୃତ ଓ ୧୦ ଆହତ

ସମ୍ବଲପୁର – ସମ୍ବଲପୁରରେ ଦୁର୍ଘଟଣା । ଏକ ନିର୍ମାଣାଧୀନ ପୋଲରୁ ଏକ ବୋଲେରୋ ଖସିପଡ଼ିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ୫୫ ନମ୍ବର ଜାତୀୟ ରାଜପଥ ଝାଙ୍କରପାଲୀ ନିକଟରେ ଘଟିଛି ଏହି ଦୁର୍ଘଟଣା। ବୋଲେରୋଟି ଛତିଶଗଡରୁ ପୁରୀ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ।

Comments are closed.