ନିର୍ବାଚନ ସରୁ ସରୁ ମହଙ୍ଗା ମାଡ଼: ଅମୂଲ କ୍ଷୀର ଲିଟର ୨ ଟଙ୍କା ବୃଦ୍ଧି, ଟୋଲ୍ ଟ୍ୟାକ୍ସ ବି ବଢ଼ିଲା 

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ହୋଇଛି ମହଙ୍ଗା ମାଡ଼। ଅମୂଲ କ୍ଷୀର ଦର ଲିଟର ପିଛା ୨ ଟଙ୍କା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ଜୁନ୍ ୨ ମଧ୍ୟରାତ୍ରରୁ ଲାଗୁ ହୋଇଛି। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ଟୋଲ୍ ଟ୍ୟାକ୍ସ ବୃଦ୍ଧି କରିଛି । କାର, ବସ୍ ଏବଂ ଟ୍ରକ୍ ପାଇଁ ଟୋଲ୍ ଟ୍ୟାକ୍ସ ତିନି ରୁ ପାଞ୍ଚ ପ୍ରତିଶତ ବୃଦ୍ଧି ହୋଇଛି। ଦେଶରେ ୭ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଜୁନ୍ ୧ରେ ଶେଷ ହୋଇଥିଲା। ଜୁନ୍ ୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

Comments are closed.