ପୁଲୱାମା ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ସଫଳତା, ଲସ୍କର କମାଣ୍ଡର ସମେତ ଦୁଇ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସୋମବାର ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏହି ଏକାଉଣ୍ଟରରେ ଲସ୍କର-ଏ-ତଇବାର ଜଣେ କମାଣ୍ଡର ସହ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି।

କାଶ୍ମୀର ଆଇଜି ଭିକେ ବିର୍ଦ୍ଧିଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀର ଜିଲ୍ଲାର ନିହାମା ଅଞ୍ଚଳରେ ଘେରାବନ୍ଦୀ ଓ ତଲାସି ଅପରେସନ ବେଳେ ହୋଇଥିବା ଏନକାଉଣ୍ଟରରେ ରିୟାଜ ଦର ଓ ରଇସ୍ ଦର ନାମକ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବାର ରିୟାଜ ଦର “କମାଣ୍ଡର” ଥିଲା । ଅନେକ ଆତଙ୍କବାଦୀ ମାମଲାରେ ରିୟାଜ ଓ୍ବାଣ୍ଟେଡ୍ ଥିଲା। ସେ ଦୀର୍ଘ ବର୍ଷ ଧରି ସୁରକ୍ଷା ବାହିନୀକୁ ଚକମା ଦେଇ ଆସୁଥିଲା ।

ପୁଲୱାମା ଜିଲ୍ଲାର ନିହାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଠୋସ୍ ସୂଚନା ପାଇବା ପରେ ଭାରତୀୟ ସେନା, ସିଆରପିଏଫ୍ ଓ ଜମ୍ମୁ-କାଶ୍ମୀର ପୋଲିସ ତରଫରୁ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ତଲାସି ଦଳ ଉପରକୁ ଗୁଳିମାଡ଼ କରିବା ପରେ ସୁରକ୍ଷା ବାହିନୀ ପାଲଟା ଆକ୍ସନ ନେଇଥିଲା ।

Comments are closed.