ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ଘଟଣାରେ ଏସଆରସି ତଦନ୍ତ ଆରମ୍ଭ, ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ପୁରୀ – ନରେନ୍ଦ୍ର ପୁଷ୍କରଣୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । ଆହୁରି ୧୨ ଜଣ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୩ ଜଣ ସୁସ୍ଥ ହେବା ପରେ ହସପିଟାଲରୁ ଡିସଚାର୍ଜ କରାଯାଇଛି। ଏଣେ ଏହି ବାଣ ବିସ୍ଫୋରଣର ତଦନ୍ତ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର – ଏସ ଆରସି । ଯାହାର କିଛି ଆପତ୍ତି ଅଭିଯୋଗ ଅଛି, ସେମାନେ ପୁରୀ ସର୍କିଟ ହାଉସରେ ଅତିରିକ୍ତ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଜଣାଇ ପାରିବେ। କମିଶନରଙ୍କ ଏହି ତଦନ୍ତ ପ୍ରକ୍ରିୟାରେ ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ।

Comments are closed.