ପରାଜୟକୁ ସାଦରେ ଗ୍ରହଣ କରୁଛୁ , ପାଣ୍ଡିଆନ ମୋ’ ଉତ୍ତରାଧିକାରୀ ନୁହଁନ୍ତି: ନବୀନ ପଟ୍ଟନାୟକ

ଭୁବନେଶ୍ୱର – ବିଧାନସଭା ନିର୍ବାଚନରେ ବିଜେଡିର ପରାଜୟ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ। ଗଣମାଧ୍ୟମକୁ ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହାରିବାକୁ ହୁଏ ନହେଲେ ଜିତିବାକୁ ହୁଏ । ଦୀର୍ଘ ବର୍ଷ ହେବ ଓଡ଼ିଶାବାସୀ ତାଙ୍କୁ ଆଶୀର୍ବାଦ କରିଛନ୍ତି । ବାରମ୍ବାର ତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ସାଢ଼େ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର ଓ ସେ ସେମାନଙ୍କ ସେବା ଜାରି ରଖିବେ ବୋଲି କହିଛନ୍ତି ବିଦାୟୀ ମୁଖ୍ୟମନ୍ତ୍ରୀ । ପରାଜୟକୁ ସାଦରତାର ସହ ଆମେ ଗ୍ରହଣ କରୁଛୁ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭି.କେ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ବୋଲି ନବୀନ କହିଛନ୍ତି। ଓଡ଼ିଶାବାସୀ ହିଁ ତାଙ୍କର ଉତ୍ତରାଧିକାରୀ ବାଛିବେ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

Comments are closed.