ଗ୍ରୀଷ୍ମପ୍ରବାହ ଜାରି : ୧୮ ସହରରେ ପାରଦ ୪୦ ଡିଗ୍ରୀ ଉପରେ, ନୂଆପଡ଼ାରେ ସର୍ବାଧିକ ୪୪ 

ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ମୋୖସୁମୀ ସାରାରାଜ୍ୟରେ ଅଗ୍ରସର ହୋଇପାରିନାହିଁ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଭୀଷଣ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ହେଉଛି । ଆଜି ୪୦ ଡିଗ୍ରୀ ସେଲସିୟସ ଉପରେ ୧୮ ସହରର ତାପମାତ୍ରା ଥିଲା । ୪୪ ଡିଗ୍ରୀ ସହ ନୂଆପଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି। ବୌଦ୍ଧରେ ତାପମାତ୍ରା ୪୨.୮, ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୪, ବଲାଙ୍ଗିରେ ୪୨.୨, ବାରିପଦାରେ ୪୨, ନୟାଗଡ଼ରେ ୪୧.୭, ଝାରସୁଗୁଡ଼ା, ତାଳଚେର ଓ ସମ୍ବଲପୁରରେ ୪୧.୬, କଟକରେ ୩୯.୮, ଭୁବନେଶ୍ବର ୩୯.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି।

Comments are closed.