ମାଲକାନଗିରି ପୋଲିସ ଆଗରେ ତିନି ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି – ତିନି ମାଓବାଦୀଙ୍କ ଆତ୍ମସମର୍ପଣ। ମାଲକାନଗିରି ଏସପିଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି ତିନି ଜଣ ମାଓବାଦୀ । ସମସ୍ତେ ଛତିଶଗଡ ଦକ୍ଷିଣ ବସ୍ତର ସଂଗଠନର ମିଲିସିଆ ସଦସ୍ୟ ।ଛତିଶଗଡରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ଅପରେସନ ଚାଲିଥିବା ବେଳେ ତିନି ମାଓବାଦୀ ମାଲକାନଗିରି ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ।

ଆତ୍ମସମର୍ପଣ କରିଥିବା ୩ ଜଣ ମାଓବାଦୀ ହେଲେ ଦେବା ମାଡଭି, ଆଡମା ମାଡକାମି ଏବଂ ମୁକା ସୋଡି । ତିନି ଜଣଙ୍କ ଘର ଛତିଶଗଡ ସୁକୁମା ଜିଲ୍ଲାର ଚିନ୍ତାଗୁମ୍ଫା ଅଞ୍ଚଳରେ ବୋଲି ଜଣାପଡ଼ିଛି । ଆତ୍ମସମର୍ପଣ ପରେ ଏମାନଙ୍କୁ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

Comments are closed.