ମାଧ୍ୟମିକ ବିଦ୍ୟାଳୟରେ ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷାର ଫଳ ଚୂଡାନ୍ତ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଖାଲି ଥିବା ହିନ୍ଦୀ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ତା 4.10.2021 ରିଖରେ ହୋଇଥିବା ଅନଲାଇନ ପରୀକ୍ଷାର ଫଳ ଚୂଡାନ୍ତ ହୋଇଛି । ମୋଟ 953 ପ୍ରାର୍ଥୀ ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ତନ୍ମଧ୍ୟରୁ 207 ଜଣ ସାଧାରଣ ବର୍ଗର , 596 ଜଣ SEBC ବର୍ଗର , 101 ଜଣ ଅନୁସୂଚିତ ଜାତିର ଓ 49 ଜଣ ଅନୁସୂଚିତ ଜନଜାତିର ପ୍ରାର୍ଥୀ ଅଟନ୍ତି । ପ୍ରାର୍ଥୀ ମାନେ ତାଙ୍କ ପରୀକ୍ଷା ଫଳ ୱେବ ସାଇଟ dseodisha.inରେ ଲଗ ଇନ କରି ଦେଖ୍ ପାରିବେ । ପରୀକ୍ଷା ରେ ସଫଳ ହୋଇଥିବା ପ୍ରାର୍ଥୀ ମାନଙ୍କର ଡ଼କୁମେଣ୍ଟ ଯାଞ୍ଚ ତା 29.10.2021 ରିଖରୁ ନିଜ ସ୍ଥାୟୀ ଠିକଣା ଜିଲ୍ଲାରେ ହେବ । ଏହା ପାଇଁ ସବିଶେଷ ସୂଚନା ଖୁବ ଶୀଘ୍ର ୱେବସାଇଟ ରେ ପ୍ରକାଶିତ ହେବ । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ସୂତ୍ରରୁ ଏହି ସୂଚନା ହସ୍ତଗତ ହୋଇଛି ।

Comments are closed.