ଭୁବନେଶ୍ୱର – ନବୀନ ନିବାସରେ ବିଜେଡି ରାଜ୍ୟସଭା ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଲୋକସଭାରେ ସଦସ୍ୟ ନଥିଲେ ମଧ୍ୟ ରାଜ୍ୟସଭାରେ ଦଳର ସଦସ୍ୟମାନେ ବିରୋଧୀର ଭୂମିକା ନିର୍ବାହ କରିବେ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ ଜୋରଦାର ହେବ ବୋଲି ବୈଠକ ପରେ ସାମ୍ବାଦିକମାନଙ୍କୁ କହିଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସୁଲତା ଦେଓ ।
ଶିକ୍ଷା, ସ୍ବାସ୍ଥ୍ୟ, ଯୁବକ, ଚାଷୀ, ମହିଳାଙ୍କ ଅଧିକାରକୁ ପ୍ରସଙ୍ଗ କରିବ ବିଜେଡି । ଲୋକସଭାରେ ଦଳର ଅନୁପସ୍ଥିତିକୁ ରାଜ୍ୟସଭାରେ ପୂରଣ କରାଯିବ ବୋଲି ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତିି।
Comments are closed.