ମୁଖ୍ୟ ଶାସନ ସଚିବଙ୍କ ଅଧ୍ଯକ୍ଷତାରେ ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ୍ କମିଟି ବୈଠକ

ଭୁବନେଶ୍ବର – ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡବ୍ୟାଣ୍ଡ୍ କମିଟି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ ଦୂର ସଂଚାର ବିଭାଗ (ଡିଓଟି) ତରଫରୁ ଜାତୀୟ ବ୍ରଡବ୍ୟାଣ୍ଡ ମିଶନରେ ବାର୍ଷିକ କାର୍ଯ୍ୟକାରିତା ଯୋଜନା ଦାଖଲ କରାଯାଇଥିଲା । ବୈଠକରେ ରାଜ୍ୟ ଅର୍ଥ, ଶକ୍ତି ତଥା ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଦୂର ସଂଚାର ବିଭାଗର ବରିଷ୍ଠ କର୍ତ୍ତୃପକ୍ଷଙ୍କ ସମେତ କମିଟିର ସଦସ୍ୟ ଥିବା ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ବୈଠକରେ ସୂଚନା ଅନୁସାରେ ଗ୍ରାମାଂଚଳରେ ଗତ ମଇ ମାସ ଶେଷ ସୁଦ୍ଧା ବ୍ରଡବ୍ୟାଣ୍ଡ୍ ସଂଯୋଗୀକରଣ ୯୦ ପ୍ରତିଶତରୁ ଅଧିକ ରହିଛି, ଯାହାକି ସନ୍ତୋଷଜନକ । ତେବେ ଏବେ ବି ରାଜ୍ୟର ବହୁ ଗ୍ରାମାଂଚଳରେ ଟେଲିକମ ଓ ଇଣ୍ଟରନେଟ୍ ସୁବିଧା ଆଶାଜନକ ଭାବେ ଉପଲବ୍ଧ ନ ଥିବା ଅନୁଭବ କରି କାର୍ଯ୍ୟ ଯୋଜନା ସଂପର୍କରେ ମୁଖ୍ୟ ଶାସନ ସଚିବ ସବିଶେଷ ଅବଗତ ହେବା ପରେ ଓଡ଼ିଶାରେ ଟେଲିକମ୍ ସଂଯୋଗୀକରଣ କଭରେଜ୍ ସମ୍ପର୍କିତ ଯେଉଁ ତଥ୍ୟ ଉପସ୍ଥାପନ କରାଯାଇଛି, ଏହାର ପ୍ରକୃତ ସ୍ଥିତି ଯାଞ୍ଚ କରାଯିବାର ଆବଶ୍ୟକତା ରହିଥ‌ିବା ପ୍ରକାଶ କରିବା ସହ ଏଥିପାଇଁ ଜିଲ୍ଲାପାଳମାନଙ୍କୁ ନିଜ କ୍ଷେତ୍ର କର୍ମଚାରୀଙ୍କୁ ସ୍ଥିତି ଅନୁଧ୍ୟାନ କରିବାକୁ ସେ ପରାମର୍ଶ ଦେଇଥିଲେ ।
ବୈଠକରେ ମୋବାଇଲ ଟାୱାର ସମ୍ବନ୍ଧୀୟ ସମସ୍ୟା ଯଥା ଜମି ଆବଣ୍ଟନ, ରାସ୍ତା ସୁବିଧା, ପରିବେଶ ମଞ୍ଜୁରୀ, ସ୍ଥାନୀୟ ସମସ୍ୟା ଇତ୍ୟାଦି ପ୍ରସଙ୍ଗ‌ଗୁଡ଼ିକୁ ୧୫ ଦିନ ମଧ୍ୟରେ ସମାଧାନ ପାଇଁ ସଂପୃକ୍ତ ଜିଲ୍ଲାପାଳଙ୍କ ନିକଟକୁ ପଠାଇବା ସହ ଜିଲ୍ଲାପାଳ, ଏସପି ଓ ଡିଏଫ୍‌ଓଙ୍କ ସହ ଭିଡିଓ କନଫରେନସିଂ ମାଧ୍ଯମରେ ବୈଠକ କରି ଏଭଳି ସମସ୍ୟାକୁ ତ୍ବରାନ୍ବିତ କରିବାକୁ ସେ ଦୂର ସଂଚାର ବିଭାଗ କର୍ତ୍ତୃପକ୍ଷ ଏବଂ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ପିଏମ୍ ଗତିଶକ୍ତି ପୋର୍ଟାଲରେ ବ୍ରଡବ୍ୟାଣ୍ଡ୍ ସଂଯୋଗ ଥିବା ଅଙ୍ଗନବାଡ଼ି କେନ୍ଦ୍ର ସମେତ ଶିକ୍ଷାନୁଷ୍ଠାନ ତ‌ଥା ପ୍ରତିଷ୍ଠାନ ସଂପର୍କରେ ତଥ୍ୟ ସ୍ଥାନିତ କରିବାକୁ ପରାମର୍ଶ ଦିଆଯାଇଛି । ବିଭିନ୍ନ ବିଭାଗ, ବିଭାଗୀୟ ଶାଖା କାର୍ଯ୍ୟାଳୟ ଆଦିମାନଙ୍କରେ ଫାଇବ-ଜି ( ୫-ଜି ) ର ବ୍ୟବହାର ସଂପର୍କରେ ଏକ ଘଣ୍ଟିଆ ଡେମୋ ପ୍ରଦର୍ଶନ କରି ସଚେତନ କରାଯିବ । ଦୂରସଂଚାର ଯୋଜନାର କାର୍ଯ୍ୟକାରିତା ବେଳେ ଜନସାଧାରଣଙ୍କ ଅନାବଶ୍ୟକ କ୍ଷୟକ୍ଷତିକୁ ଏଡ଼ାଇବା ପାଇଁ ସଂପୃକ୍ତ ଏଜେନ୍ସି ଏବଂ ଖନନ କାର୍ଯ୍ୟ କରୁଥିବା ଏଜେନ୍ସି ଦ୍ବାରା ସିବିୟୁଡି ଆପ୍ ର ବାଧ୍ୟତାମୂଳକ ବ୍ୟବହାର ସମ୍ପର୍କରେ ଏକ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶନାମା ଜାରି କରିବାକୁ ନିଷ୍ପତ୍ତି ନିଆଯାଇଛି । ସମସ୍ତ ଇଞ୍ଜିନିୟରିଂ କର୍ମଚାରୀଙ୍କୁ ସାମିଲ କରି ପ୍ରତ୍ୟେକ ଜିଲ୍ଲା ସଦର ମହକୁମାରେ ସିବିୟୁତି ସଚେତନତା ଶିବିର ଆୟୋଜନ କରିବାକୁ ଦୂର ସଂଚାର ବିଭାଗର ମୁଖ୍ୟଙ୍କୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ।

ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବଙ୍କୁ ବିଦ୍ୟୁତ୍ ବିତରଣ କମ୍ପାନୀମାନ‌ଙ୍କ ସ‌ହ ଆଲୋଚନା କରିବା ସହ ସମସ୍ତ ଟେଲିକମ୍ ସେବା ପ୍ରଦାନ କାରୀ ସଂସ୍ଥା (ଟିଏସପି), ଇଣ୍ଟରନେଟ୍ ସେବା ପ୍ରଦାନକାରୀ ସଂସ୍ଥା (ଆଇଏସପି), ଭିତ୍ତିଭୂମି ସୁବିଧା ପ୍ରଦାନକାରୀ ସଂସ୍ଥା (ଆଇପି)ମାନଙ୍କ ପାଇଁ କମ୍ପୋଜିଟ୍ ବିଲିଂ ପ୍ରସ୍ତାବକୁ ସୁଗମ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ସେଲ୍ ଗୁଡ଼ିକୁ ସହଜରେ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲରେ ଷ୍ଟ୍ରିଟ୍ ଆସବାବପତ୍ର ତାଲିକା ଅପଲୋଜ୍‌ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଅନୁରୋଧ କରାଯାଇଛି । ଆଗାମୀ ରଥଯାତ୍ରା ପର୍ବକୁ ଦୃଷ୍ଟିରେ ରଖ୍ ସମସ୍ତ ସେଲ୍ୟୁଲାର ଅପରେଟର୍ସ ଆସୋସିଏସନ୍ (ସିଓଏଆଇ) ଟିଏସପି ଏବଂ ଆଇଏସପିମାନଙ୍କୁ ସେଲ୍-ଅନ୍-ହିଲ୍ସ (ସିଓଡ ‌) ବ୍ୟବସ୍ଥା କରି କିମ୍ବା ବର୍ତ୍ତମାନର ଲିଭିଭୂମିର ଉନ୍ନତିକରଣ କରି ମୋବାଇଲ ନେଟୱାର୍କ ସଂଯୋଗରେ ଉନ୍ନତି ଆଣିବାକୁ ଅନୁରୋଧ କରାଯାଇଛି ।

Comments are closed.