ଶ୍ରୀମହାପ୍ରଭୁଙ୍କ ହେରାପଞ୍ଚମୀ ନୀତିରେ ଲକ୍ଷ୍ମୀ ଭାଙ୍ଗିଲେ ନନ୍ଦିଘୋଷ

ଶ୍ରୀମହାପ୍ରଭୁଙ୍କୁ ମୋହନ ବିଦ୍ଯାରେ ବାନ୍ଧିଲେ ପାଟ୍ଟମାହାଦେଈ । ମହାପ୍ରଭୁ ଙ୍କ ବିରହ ରେ ଅସ୍ଥିର ହେଲାଣି ମା ସାଆନ୍ତାଣୀଙ୍କ ଚିତ୍ତ। ଧର୍ୟ୍ଯର ବି ସୀମା ଟପିଲା ଶେଷରେ ବଡ଼ବାଡ଼ ସାଆନ୍ତାଣୀ ମା ବିମଳା ଙ୍କୁ ନିଜର ମନର ଦୁଃଖ ପ୍ରକାଶ କରନ୍ତି ମା ମହାଲକ୍ଷ୍ମୀ, ପଦ୍ମାଳୟା ଙ୍କ ଦୁଃଖ ଦେଖି ନପାରି ଲକ୍ଷ୍ମୀଦୂତି ଭାବେ ଗୁଣ୍ଡିଚା ଗମନ କରନ୍ତି ମା ବିମଳା, ସେଠାରେ ମହାପ୍ରଭୁ ଭେଟି ମା ଲକ୍ଷ୍ମୀ ଙ୍କ ବାର୍ତ୍ତା ପ୍ରଦାନ କରନ୍ତି ଯେ ନବବଧୂ ହୋଇ ଉଦାସ ମନରେ ଦେଉଳରେ ବସିଅଛି, ଚିତ୍ତ ବିନୋଦନ ପାଇଁ ସରସ୍ୱତୀ ଠାରୁ ବିଣା ,ସଂଗୀତ ରାଗ ଶିଖୁଛନ୍ତି। ହେଲେ ମନ ବୁଲି ବାଲି ପୁଣି କଳା ଶ୍ରୀମୁଖ କୁ ଖୋଜୁଛି। ଏପଟେ ମହାପ୍ରଭୁ ଙ୍କ ବାର୍ତ୍ତା ଆସି ମା ବିମଳା, ମା ଲକ୍ଷ୍ମୀ ଙ୍କୁ କହନ୍ତି ଯେ ତୋ ବିନା କଳା ଶ୍ରୀ ମୁଖ ଗୋଟିକ ଝାଉଁଳି ପଡ଼ିଛି। ( ସୂଚନା- ମହାପ୍ରଭୁ ରଥ ରେ ସୁବର୍ଣ୍ଣ ଚିତା ଓ ରାହୁରେଖା ପରିଧାନ କରୁନଥିବା ରୁ ବିନା ସୁନା ଅଳଙ୍କାର ରେ ଶ୍ରୀମୁଖ ଶୁଖିଲା ଦିଶୁଥାଏ।)

ଏହିପରି ଧର୍ୟ୍ଯହରା ପଦ୍ମାଳୟା ଆଉ ରହିପାରନ୍ତି ନାହିଁ , ସୁତରାଂ ସେ ମା ବିମଳା ଙ୍କୁ ପଚାରନ୍ତି କେମନ୍ତ ପ୍ରଭୁ ଶ୍ରୀ ମନ୍ଦିର ବାହୁଡ଼ି ବେ ? ସେ ଲାଗି ମା ବିମଳା ନିଜ ତାନ୍ତ୍ରିକ ଶକ୍ତିରୁ ମୋହନ ଚୂର୍ଣ୍ଣ ପ୍ରସ୍ତୁତ କରି ମା ଲକ୍ଷ୍ମୀ ଙ୍କ କଜଳରେ ଲଗାଇ ମା ସାଆନ୍ତାଣୀ ଙ୍କୁ ପ୍ରସ୍ତୁତ କରନ୍ତି ଆଉ କହନ୍ତି ମହାପ୍ରଭୁ ତାଙ୍କର ଶ୍ରୀ ମୁଖ ଦର୍ଶନ କରିବା ମାତ୍ରେ ମୋହିତ ହୋଇ ଶ୍ରୀ ମନ୍ଦିର ବାହୁଡ଼ିବେ। ଏହିପରି ମା ସାଆନ୍ତାଣୀ ସଜବାଜ ହୋଇ ମୋହଚୂର୍ଣ ସହ ଗୁଣ୍ଡିଚା ଅଭିମୁଖେ ଆଗମନ କରିଥିଲେ । ସେଠି ପହଞ୍ଚିଲା ବେଳକୁ ମହାପ୍ରଭୁ ସନ୍ଧ୍ଯା ଧୂପ ବସିଥାଏ। ମଣିମା ଙ୍କ ସମ୍ମୁଖ ରେ ଟେରା ବନ୍ଧା ହୋଇଥିବାରୁ ଏବଂ ଆଡ଼ପ ମଣ୍ଡପ ରେ ଦେଢଶୁର ବସିଥିବାରୁ ପଢ଼ିଆରୀ ଦୁଆର ଆଉଜି ଦେଇଥିଲେ। ଫଳରେ ଲକ୍ଷ୍ମୀ ଓ ନାରାୟଣ ଉଭୟ ପରଷ୍ପର ଙ୍କ ଦର୍ଶନ କରିପାରିନଥିଲେ। ପୂଜାପଣ୍ଡା ସନ୍ଧ୍ଯା ଧୂପ ସମୟରେ ମା ସାଆନ୍ତାଣୀ ଙ୍କ ଆଗମନ ଦେଖି ସୁତରାଂ ପୂଜା ଛାଡି ମହାପ୍ରଭୁ ଙ୍କ ଅଧରମାଳା ପତିମହାପାତ୍ର ଙ୍କୁ ପ୍ରଦାନ କରି କହନ୍ତି ମା ସାଆନ୍ତାଣୀ ଙ୍କୁ ଦେବା ଲାଗି। ( ମାନବୀୟ ଲୀଳା ଅନୁଯାୟୀ ମହାପ୍ରଭୁ ଆସି ମହାଦେଇ ଙ୍କୁ ସାନ୍ତ୍ବନା ଦେଇ କୁହନ୍ତି ଯେ ତୁମ୍ଭ ରାଗ ଗର୍ବର ଅଭିମାନ ସ୍ବର୍ଗ କୁ ବଳି ଅଛି କେବେ ଭୂମି ଉପରେ ଭି ଦ୍ରୁଷ୍ଟି ପକାଅ। କହିବାର ତାତ୍ପର୍ୟ୍ଯ ଯେ ମହାପ୍ରଭୁ ଙ୍କ ଶ୍ରୀ ବିଗ୍ରହ ବିଶାଳ ହୋଇଥିବା ବେଳେ ମାଧବ ଛୋଟ ବିଗ୍ରହ ଅଛନ୍ତି। ମହାପ୍ରଭୁଙ୍କ ଅନ୍ବେଷଣ ରେ ମହାଦେଇ ମାଧବ ଙ୍କୁ ଦେଖିପାରି ନଥାନ୍ତି, ଶ୍ରୀ ମନ୍ଦିର ଯାଇ ଦେଖ ମାଧବ ରୂପ ରେ ମୁଁ ସେଠାରେ ବିରାଜମାନ ଅଛି।)
ପରେ ମା ସାଆନ୍ତାଣୀ ଫେରିବା ବେଳେ ରାଗ ର ଦାଉ ସାଧିବାକୁ ଯାଇ ନନ୍ଦିଘୋଷ ରଥ ର କିଛି ଅଂଶ କ୍ଷତ କରି ହେରାଗୋହିରା ସାହି ଦେଇ ଲୁଚି କରି ଆସିଥିଲେ ବଡ଼ଦେଉଳ ।

ମାନବୀୟ ଦାମ୍ପତ୍ୟ ଲୀଳାର ଅଂଶ ବିଶେଷ ହେରା ପଞ୍ଚମୀ ନୀତି। ଆଡ଼ପ ମଣ୍ଡପରେ ପ୍ରଭୁ ସନ୍ଧ୍ୟା ଧୂପ ରେ ବସିଥିବା ବେଳେ ଲକ୍ଷ୍ମୀ ଦେବି ପହଁଚି ଥିଲେ ରଥ ପାଖରେ। ପତି ମହାପାତ୍ର ବନ୍ଦାପନା କରିବା ପରେ ଆଡ଼ପ ମଣ୍ଡପ ଜୟ ବିଜୟ ଦ୍ୱାରଠାରେ ଶ୍ରୀ ମୁଖ ଦର୍ଶନ କରି ଥିଲେ ଶ୍ରୀଦେବୀ। ଶ୍ରୀଜୀଉ ଙ୍କ ଆଜ୍ଞାମାଳ ପାଇ ନାକଚଣା ଦ୍ୱାର ନିକଟରେ ଦହିପଟ୍ଟୀ ମଣୋହି ଶେଷ ହୋଇଥିଲା।ଏହାପରେ ରଥର ଏକ ଅଂଶ ଭାଙ୍ଗି ରୋଷରେ ହେରା ଗୋହିରୀ ସାହି ଦେଇ ଶ୍ରୀ ମନ୍ଦିର ଫେରିଥିଲେ ମହାଲକ୍ଷ୍ମୀ। ପରେ ଗୁଣ୍ଡିଚା ମନ୍ଦିରରେ ଶ୍ରୀ ଜୀଉ ଙ୍କ ଅନ୍ୟାନ୍ୟ ନୀତି ବଢିଥିଲା।

Comments are closed.