ପୂର୍ବତନ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ 

ମୁମ୍ବାଇ: ପୂର୍ବତନ କ୍ରିକେଟର ତଥା ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍ ଅଂଶୁମାନ ଗାଏକ୍ବାଡଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଦୀର୍ଘ ସମୟ ଧରି ରକ୍ତ କର୍କଟ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ସେ ଲଣ୍ଡନର କିଙ୍ଗ୍ସ କଲେଜ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ। ଗତ ମାସରେ ଗାଏକ୍ବାଡ ଘରକୁ ଫେରିଥିଲେ । ବିସିସିଆଇ ଗାଏକ୍ବାଡଙ୍କ ଚିକିତ୍ସା ପାଇଁ ୧ କୋଟି ଟଙ୍କା ସହାୟତା କରିଥିଲା। ଏହାଛଡ଼ା ୧୯୮୩ ବିଶ୍ୱକପ ବିଜେତା ଦଳର ସଦସ୍ୟମାନେ ମଧ୍ୟ ଗାଏକ୍ବାଡଙ୍କୁ ଆର୍ଥିକ ସହାୟତା କରିଥିଲେ |

ଅଂଶୁମାନ ଗାଏକ୍ବାଡ ଭାରତ ପାଇଁ ୪୦ଟି ଟେଷ୍ଟ ମ୍ୟାଚ୍ ଏବଂ ୧୫ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏହାଛଡ଼ା ସେ ୨୨ ବର୍ଷ କ୍ରିକେଟ୍ କ୍ୟାରିୟର ମଧ୍ୟରେ ୨୦୫ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ | ଗାଏକ୍ବାଡ ୧୯୯୭ ରୁ ୧୯୯୯ ଯାଏଁ ଭାରତୀୟ ଦଳର ମୁଖ୍ୟ କୋଚ୍ ମଧ୍ୟ ଥିଲେ।

Comments are closed.