ଗୀତା ଉପଦେଶ: ଶୁଦ୍ଧ ମନଯୁକ୍ତ ବ୍ୟକ୍ତି ଶୁଦ୍ଧ ଖାଦ୍ୟ ପ୍ରତି ଆଗ୍ରହୀ ହୁଅନ୍ତି

ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ହେ ଅର୍ଜୁନ!ଶୁଦ୍ଧ ଖାଦ୍ୟ ଗ୍ରହଣ ଦ୍ୱାରା ମନ ଶୁଦ୍ଧ ହୋଇଥାଏ । ଏହାର ବିପରୀତ ମଧ୍ୟ ସତ୍ୟ ଅଟେ – ଶୁଦ୍ଧ ମନଯୁକ୍ତ ବ୍ୟକ୍ତି ଶୁଦ୍ଧ ଖାଦ୍ୟ ପ୍ରତି ଆଗ୍ରହୀ ହୁଅନ୍ତି।

ଆହାରସ୍ତ୍ୱପି ସର୍ବସ୍ୟ ତ୍ରିବିଧୋ ଭବତି ପ୍ରିୟଃ।
ଯଜ୍ଞସ୍ତପସ୍ତଥା ଦାନଂ ତେଷାଂ ଭେଦମିମଂ ଶୃଣୁ॥

ଶବ୍ଦାର୍ଥ:- ଲୋକମାନେ ତାଙ୍କର ପ୍ରବୃତ୍ତି ଅନୁସାରେ ଖାଦ୍ୟକୁ ଅଗ୍ରାଧିକାର ଦେଇଥାନ୍ତି । ଏହା ସେମାନେ ପ୍ରବୃତ୍ତ ହେଉଥିବା ଯଜ୍ଞ, ସଂଯମ ଓ ଦାନ ପ୍ରତି ମଧ୍ୟ ପ୍ରଯୁଜ୍ୟ । ବର୍ତ୍ତମାନ ଏମାନଙ୍କ ମଧ୍ୟରେ ରହିଥିବା ପ୍ରଭେଦ ବିଷୟରେ ମୋଠାରୁ ଶୁଣ ॥

ଗୀତା ୧୭/୦୭॥

Comments are closed.