ଉତ୍ତମ ପରିବହନ ସେବା ପାଇଁ ସିଆରୟୁଟି ପୁରସ୍କୃତ

ଭୁବନେଶ୍ୱର- କ୍ୟାପିଟାଲ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ –ସିଆରୟୁଟିକୁ ଉତ୍ତମ ସେବା ପାଇଁ ପୁରସ୍କାର ମିଳିଛି । ସହରାଂଚଳ ପରିବହନ କ୍ଷେତ୍ରରେ ‘ମୋ ବସ୍‌’ ଜରିଆରେ ଉତ୍ତମ ସେବା ପାଇଁ ସିଆରୟୁଟିକୁ ଉତ୍କର୍ଷତାର ପୁରସ୍କାର ମିଳିଛି । ଗତବର୍ଷ ସୂଚାରୁ ରୂପେ ସହରାଂଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବାରୁ କେନ୍ଦ୍ର ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସିଆରୟୁଟିକୁ ପୁରସ୍କାର ମିଳିଛି । ଚତୁର୍ଦ୍ଦଶ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ ୨୦୨୧ ଅବସରରେ ସିଆରୟୁଟିକୁ ସମ୍ମାନିତ କରାଯାଇଛି ।

Comments are closed.