ମମିତା ମେହେର ହତ୍ୟା ମାମଲାରେ ନୂଆ ଖୁଲାସା

ବଲାଙ୍ଗିର – କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମାଲାରେ ଆଉ ଏକ ଖୁଲାସା ହୋଇଛି । ହତ୍ୟାରେ ବ୍ୟବହୃତ ସ୍କୁଟି ଓ ଜେସିବି କିଛିଦିନ ତଳେ ଜବତ କରିଥିଲା ପୋଲିସ । ଏବେ ଜଣାପଡିଛି ଯେ, ମମିତାଙ୍କ ଶବକୁ ପୋଡିବାକୁ ବ୍ୟବହାର କରାଯାଇଥିବା ଟାୟାର ବିବେକ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ଦେଇଥିଲେ । ନିଜେ ବିବେକ ଅଗ୍ରୱାଲ ଏହି ବୟାନ ଦେଇଛନ୍ତି । ତାଙ୍କ ବୟାନ ଅନୁସାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ତାଙ୍କୁ ଟାୟାର ଦେବା ପାଇଁ ଫୋନ୍ କରିଥିଲା । ପରେ ଡ୍ରାଇଭପ ରାଧେ ବିବେକଙ୍କଠାରୁ ୨ଟି ଟାୟାର ନେଇ ଆସିଥିଲା ।

Comments are closed.