ରାଜ୍ୟରେ ଖସୁଛି କୋରୋନା ଗ୍ରାଫ୍‌, ୨୪ ଘଣ୍ଟାରେ ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର –ରାଜ୍ୟରେ ତଳକୁ ଖସିବାରେ ଲାଗିଛି କୋରୋନା ଗ୍ରାଫ୍ । ଲଗାତର ଦୁଇ ଦିନ ଧରି ଦୈନିକ କୋରୋନା ସଂକ୍ରମଣ ୩ ଶହରୁ ତଳେ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨୦୮ ନୂଆ ଆକ୍ରାନ୍ତ । ସଙ୍ଗରୋଧରୁ ୧୧୯ ଓ ସ୍ଥାନୀୟ ଅଞ୍ଚଳରୁ ୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରେ ୨୩ ଜଣ ହେଉଛନ୍ତି ୧୮ ବର୍ଷରୁ କମ୍ ବୟସ୍କ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, କଟକରୁ ୨୦, ଯାଜପୁରରୁ ୧୨, ସୁନ୍ଦରଗଡରୁ ୮, ଗଜପତିରୁ ୭, ଜଗତସିଂହପୁରରୁ ୭, ମୟୂରଭଞ୍ଜରୁ ୫, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୪, ପୁରୀରୁ ୩, ବାଲେଶ୍ୱରରୁ ୩, ଗଞ୍ଜାମରୁ ୨, କୋରାପୁଟରୁ ୨, ବରଗଡରୁ ୧, ଭଦ୍ରକରୁ ୧, ମାଲକାନଗିରିରୁ ୧, ନୟାଗଡରୁ ୧, ସମ୍ବଲପୁରରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ଟି ଜିଲ୍ଲାରୁ କୌଣସି ମାମଲା ଚିହ୍ନଟ ହୋଇ ନ ଥିବା ବେଳେ ଷ୍ଟେଟ୍ ପୁଲ୍‌ରୁ ୨୩ ଚିହ୍ନଟ ହୋଇଛନ୍ତି ।

Comments are closed.