କୁବେର ଅଧିକାରୀଙ୍କ ଆୟବହିର୍ଭୂତ ସଂପତ୍ତି : ୨୨ଟି ପ୍ଲଟ, ୩ କୋଠା ସମେତ ୨୫ଟି ଅସ୍ଥାବର ସଂପତ୍ତି

ଭୁବନେଶ୍ୱର- ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡିଶା ପୋଲିସ ଗୃହନିର୍ମାଣ ନିଗମର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଘରେ ଚଢାଉ ବେଳେ ତାଙ୍କର ଓ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ଥିବା ୨୨ଟି ପ୍ଲଟ୍ ଓ ୩ଟି କୋଠା ଠାବ କରିଛି ଭିିଜିଲାନ୍ସ । ମୋଟ ୨୫ଟି ଅସ୍ଥାବର ସଂପତ୍ତି ଠାବ କରାଯାଇଛି । ଏଥିମଧ୍ୟରେ ଭୁବନେଶ୍ୱର ଓ ଖୋର୍ଦ୍ଧାର ୧୭ଟି ପ୍ଲଟ୍ ଓ ଦୁଇଟି କୋଠା ରହିଛି । ପ୍ରତାପଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ୩୮ ଲକ୍ଷ ୧୨ ହଜାର ଟଙ୍କା ଜବତ ହୋଇଛି । ପ୍ରତାପଙ୍କ ପତ୍ନୀ ସସ୍ମିତାଙ୍କ ନାଁରେ ଗୋଠପାଟଣାରେ ଏକ ପାଞ୍ଚ ମହଲା କୋଠା ଚିହ୍ନଟ କରିଛି ଭିଜିଲାନ୍ସ । ଏହି କୋଠାର ମୂଲ୍ୟ ୩ କୋଟି ୮୯ ଲକ୍ଷ ଟଙ୍କା ହେବ । ଆଜି ପ୍ରତାପ ସାମଲଙ୍କ ଘର ସମେତ ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ୧୦ଟି ଜାଗାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଏତେ ସଂପତ୍ତି କୁଆଡେ ଆସିଲା ,ସେ ନେଇ ଖୋଦ୍ ଭିଜିଲାନ୍ସ ଅଧିକାରୀମାନେ ବି ହତବାକ୍ ହୋଇପଡିଛନ୍ତି ।

Comments are closed.