ସମ୍ବଲପୁରରେ ନୂତନ ରାଜସ୍ବ ଡିଭିଜନ କମିଶନରଙ୍କ ଯୋଗଦାନ

ସମ୍ବଲପୁର: ଉତ୍ତରାଞ୍ଚଳ ନୂତନ ରାଜସ୍ବ ଡିଭିଜନ କମିଶନର ଭାବେ ଡ. ସୁରେଶ ଚନ୍ଦ୍ର ଦଳେଇ କାର୍ଯ୍ୟରେ ଯୋଗ ଦେଇଛନ୍ତି | ପୂର୍ବରୁ ସେ ସଂସ୍କୃତି ବିଭାଗର ସଚିବ ଭାବେ ଅବସ୍ତାପିତ ଥିଲେ | 2005 ବ୍ୟାଚ ର ଭାରତୀୟ ପ୍ରଶାସନିକ ସେବା ର ସେ ଅଧିକାରୀ ଅଟନ୍ତି | ପୂର୍ବତନ ଆର. ଡି. ସି ଙ୍କ ବଦଳି ପରେ ଦୀର୍ଘ 10 ମାସ ଏହି ପଦବୀ ଖାଲି ପଡିଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନ କମିଶନର ଏହାର ଅତିରିକ୍ତ ଦାୟିତ୍ୱ ତୁଲେଇ ଆସୁଥିଲେ | ଡ. ସୁରେଶ ଚନ୍ଦ୍ର ଦଳେଇ ହେଉଛନ୍ତି ଉତ୍ତରାଞ୍ଚଳ ଡିଭିଜନ ର 69 ତମ ରାଜସ୍ବ କମିଶନର |

Comments are closed.